ମହାନଗର ମହୋତ୍ସବର ଅଷ୍ଟମ ରଜନୀ ମନ ମୋହିଲା ମୟୁରଭଞ୍ଜର ଛଉ ଓ ଆଧୁନିକ ନୃତ୍ୟ।

0
621

ବ୍ରହ୍ମପୁର (ନ୍ୟୁଜଏକ୍ସଟ୍ରା ବ୍ୟୁର): ସ୍ଥାନୀୟ ଖଲ୍ଲିକୋଟ କଲେଜ ଖେଳ ପଡିଆ ପରିସରରେ ଚାଲିଥିବା ମହାନଗର ମହୋତ୍ସବ ଅଷ୍ଟମ ଦିନରେ ପହଞ୍ଚିଛି। ଆସନ୍ତା ଫେବୃୟାରୀ ୫ ତାରିଖ ପର୍ଯ୍ୟନ୍ତ ଚାଲିବ ଏହି ମହୋତ୍ସବ । ମହୋତ୍ସବ ର ଅଷ୍ଟମ ସନ୍ଧ୍ୟା ରେ ଉଦ୍ଘାଟକ ରୂପେ ବ୍ରହ୍ମପୁର ଏସପି ପିନାକୀ ମିଶ୍ର ଯୋଗଦେଇ ମହୋତ୍ସବ ସନ୍ଧ୍ୟା କୁ ପ୍ରଦୀପ ପ୍ରଜ୍ଵଳନ କରି ଉଦଘାଟନ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ଗଞ୍ଜାମ ଏସପି ବ୍ରିଜେଶ କୁମାର ରଏ ଯୋଗଦେଇ କହିଥିଲେ ଯେ ଗଞ୍ଜାମ ଜିଲ୍ଲା ହେଉଛି ମହୋତ୍ସବ ର ଜିଲ୍ଲା , ଏହି ଜିଲ୍ଲାରେ କଳାକାରଙ୍କ ଅଭାବ ନଥିବା ବେଳେ ସେମାନଙ୍କ କଳାକୁ ଚିହ୍ନଟ କରିବା ସହ ପରିଚୟ ଦେବା ପାଇଁ ହେଲେ ଏଭଳି ମହୋତ୍ସବ ର ଆବଶ୍ୟକତା ରହିଛି । ଏହା ସହ ଦୀର୍ଘ ୧୦ ଦିନ ଧରି ଏହି ମହୋତ୍ସବ ଆୟୋଜିତ କରୁଥିବାରୁ ଆୟୋଜକ କମିଟି କୁ ଧନ୍ୟବାଦ ଜଣାଇଥିଲେ । ବରିଷ୍ଠ ସାମ୍ବାଦିକ ଶିବରାମ ପାଣିଗ୍ରାହୀଙ୍କ ଅଧକ୍ଷତାରେ ଆୟୋଜିତ ଏହି ସଭାକାର୍ଯ୍ୟ ରେ ମହାନଗର ମହୋତ୍ସବ ର ସଭାପତି ନାରାୟଣ ମହାଙ୍କୁଡ ସଂଯୋଜନା କରିଥିଲେ । ସମ୍ମାନିତ ଅତିଥି ଭାବେ ଇନଟାକ୍ ର ସଭାପତି ଡ଼.ସୁଧାଂଶୁ ପତି ,ଡକ୍ଟର ଫୋରମ ର ସଭାପତି ଡ଼.ଶଙ୍କର୍ଷଣ ପାତ୍ର, ବରିଷ୍ଠ ସାମ୍ବାଦିକ ଅମ୍ବିକା ପ୍ରସାଦ ଦାସ ,ବାସୁଦେବ ମହାପାତ୍ର, ମହୋତ୍ସବ ସମ୍ପାଦକ ଗୋପାଳ ପଟ୍ଟନାୟକ, ଯୁଗ୍ମ ସମ୍ପାଦିକା ରଶ୍ମିତା ପାଣିଗ୍ରାହୀ ,ଗୋପାଳ କୃଷ୍ଣ ଡାକୁଆ ପ୍ରମୁଖ ମଞ୍ଚାସିନ ଥିଲେ । ପରିଶେଷରେ କୋଷାଧକ୍ଷ ପ୍ରଣୟ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ । ମହୋତ୍ସବ ମଞ୍ଚରେ ବ୍ରହ୍ମପୁର ଏସପି ପିନାକୀ ମିଶ୍ର ଓ ଗଞ୍ଜାମ ଏସପି ବ୍ରିଜେଶ କୁମାର ରଏ ଙ୍କୁ ସମ୍ମାନିତ କରାଯାଇଥିଲା । ପରେ ଆୟୋଜିତ ହୋଇଥିଲା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ । ମହୋତ୍ସବ ର ଅଷ୍ଟମ ସଂଧ୍ୟାରେ ବ୍ରହ୍ମପୁର ସେଣ୍ଟ ଜାଭିୟର ସ୍କୁଲ ପକ୍ଷରୁ ଦେଶାତ୍ମକ ବୋଧକ ନୃତ୍ୟ , ନାଳନ୍ଦା ଶିକ୍ଷା ଅନୁଷ୍ଠାନ ତରଫରୁ ଗଞ୍ଜାମୀ ଲୋକନୃତ୍ୟ, ବ୍ରହ୍ମପୁର ରକଷ୍ଟାର ଡ୍ୟାନ୍ସ ଗ୍ରୁପ ପକ୍ଷରୁ ଆଧୁନିକ ନୃତ୍ୟ, ପଲ୍ଲବୀ କଳା ନିକେତନ ର ନୃତ୍ୟଶିଳ୍ପୀ ଙ୍କ ଦ୍ଵାରା ଲୋକ ନୃତ୍ୟ, ଗଂଜାମ କଳା ପରିଷଦ ପକ୍ଷରୁ ଆସାମର ବିହୁ ନୃତ୍ୟ,ପରିବେଷଣ ହୋଇଥିଲା। ଏଥିସହ ମହୋତ୍ସବ ଅଷ୍ଟମ ସନ୍ଧ୍ୟାର ମୁଖ୍ୟ ଆକର୍ଷଣ ଥିଲା ମୟୁରଭଞ୍ଜ ର ଛଉ ନୃତ୍ୟ ଓ ଭୁବନେଶ୍ୱରର ମର୍ଡନ ଡ୍ୟାନ୍ସ । ରାଜ୍ୟ ସଂସ୍କୃତି ବିଭାଗ ତରଫରୁ ମୟୁରଭଞ୍ଜ ରୁ ଆସିଥିବା କଳାକାର ଙ୍କ ଛଉ ନୃତ୍ୟ ଦର୍ଶକ ଙ୍କୁ ବେଶ ଆକୃଷ୍ଟ କରିଥିବା ବେଳେ ଭୁବନେଶ୍ୱର ରୁ ଆସିଥିବା ଆରିୟାନସ ଡ୍ୟାନ୍ସ ଗ୍ରୁପ ର ନୃତ୍ୟଶିଳ୍ପୀ ଙ୍କ ଆଧୁନିକ ନୃତ୍ୟ ଦର୍ଶକ ଙ୍କୁ ଅନେକ ସମୟ ଧରି ମଞ୍ଚ ନିକଟରେ ବାନ୍ଧି ରଖିପାରିଥିଲା । ଅନ୍ୟପଟେ ମହୋତ୍ସବ ର ଅପରାହ୍ନ ରେ ଗଞ୍ଜାମ ଜିଲ୍ଲା ପାତ୍ରପୁର ଉପାନ୍ତ ସାହିତ୍ୟ ସାଂସ୍କୃତିକ ସେବା ସଂସଦ ପକ୍ଷରୁ ସାହିତ୍ୟ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା । ଏଥିରେ ଜିଲ୍ଲାର ବହୁ ସାହିତ୍ୟ ପ୍ରେମୀ ଯୋଗ ଦେଇ ନିଜ ନିଜର କବିତା ପାଠ କରିଥିଲେ । ଏହାସହ ବିଶିଷ୍ଠ କବି ମାନଙ୍କୁ ମଞ୍ଚ ରେ ସମ୍ମାନିତ କରାଯାଇଥିଲା । ଏହି ମହୋତ୍ସବ ର ଅନ୍ୟତମ ଆକର୍ଷଣ ହେଉଛି ରାଜ୍ୟ ତଥା ରାଜ୍ୟ ବାହାରର ୧୨୦ ରୁ ଉର୍ଦ୍ଧ ଷ୍ଟଲ, ଯେଉଁଥିରେ ବିଭିନ୍ନ ଘରୋଇ ଉପକରଣ ସାମଗ୍ରୀ, କୁଟୀର ଶିଳ୍ପ ଆଦି ପ୍ରଦର୍ଶିତ ହେବା ସହ ବିକ୍ରି କରାଯାଉଛି। ଦିନକୁ ଦିନ ମହୋତ୍ସବ ପଡ଼ିଆରେ ଦର୍ଶକ ଙ୍କ ଭିଡ଼ ଲାଗିବା ସହ ବିଭିନ୍ନ ଷ୍ଟଲ ଗୁଡିକରେ ଜନ ସାଧାରଣ ଙ୍କ ଭିଡ଼ ପରିଲିଖିତ ହେଉଛି । ଆୟୋଜିତ ଏହି ମହୋତ୍ସବ କୁ ଉପଦେଷ୍ଟା ମନୋଜ କାନ୍ତ ଦାଶ ,ପ୍ରଶାନ୍ତ ଦାସ, ଉମା ଶଙ୍କର ପାଣିଗ୍ରାହୀ, ଅଭିରାମ ପାତ୍ର, ଶଙ୍କର ରଣା,ସତ୍ୟ ଚେତନ ପରିଡା, ସୁଦୀପ ସାହୁ,କାର୍ତ୍ତିକ ପାଣିଗ୍ରାହୀ,ମିହିର ତ୍ରିପାଠୀ,କାହ୍ନୁ ରାଉତ ,କେ.ରବୀନ୍ଦ୍ର କୁମାର ଦାସ , ମିଡିଆ ସେଲ ସଂଯୋଜକ ଅସିତ ପଣ୍ଡା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିବା ସହ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here