ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ପୂର୍ବତ୍ତନ କର୍ପୋରେଟର ଙ୍କ ପୁଅ ଉପରେ ଆକ୍ରମଣ

0
876

ବ୍ରହ୍ମପୁର (ନ୍ୟୁଜଏକ୍ସଟ୍ରା ବ୍ୟୁରୋ): ଗତକାଲି ରାତିରେ ବ୍ରହ୍ମପୁର୧ ନଂ ୱାର୍ଡ଼ର ପୂର୍ବତନ କର୍ପୋରେଟର କୁସିଆଁ ସେଠୀଙ୍କ ସାନପୁଅ ଗୌରବ ସେଠୀ ଓରଫ ଚିଙ୍କ ଉପରେ କିଛି ଦୁର୍ବୃତ ଆକ୍ରମଣ କରିଛନ୍ତି । ଗୁରୁତ୍ତର ଅବସ୍ଥାରେ ଚିଙ୍କକୁ ଚିକିତ୍ସା ପାଇଁ ବ୍ରହ୍ମପୁର ବଡ଼ମେଡିକାଲରେ ଭର୍ତି କରାଯାଇଛି । ବଡ଼ବଜାର ଥାନାରେ ମାମଲା ରୁଜୁ ହୋଇଥିବାବେଳେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ଏସଡିପିଓ ଶ୍ରୀ ବିଷ୍ଣୁଚରଣ ପତିଙ୍କ ସୂଚନା ଅନୁଯାୟୀ ଚିଙ୍କଙ୍କ ମୁଣ୍ଡର ଅନେକ ଜାଗାରେ ଗଭୀର ଆଘାତ ଲାଗିଛି । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ସାନବଜାର ଛକରେ ଏହି ଘଟଣା ଘଟିଛି । ଏହି ଆକ୍ରମଣରେ ଧାନମେରା ସାହିର କିଛି ନାବାଳକ ସମ୍ପୃକ୍ତ ଥିବା ସନ୍ଦେହ କରି ତଦନ୍ତ ଜାରି ରଖିଛି ।

LEAVE A REPLY

Please enter your comment!
Please enter your name here