ବାଙ୍କେଶ୍ୱରୀ ପୀଠରେ ସୋଲାର ପାନୀୟ ଜଳ ଯୋଗାଣ କେନ୍ଦ୍ର

0
232

ବୁଗୁଡ(ନ୍ୟୁଜଏକ୍ସଟ୍ରା) ବୁଗୁଡା ନିକଟସ୍ଥ ଖୋଳଖାଳି ଗ୍ରାମର ମା’ ବାଙ୍କେଶ୍ୱରୀ ପୀଠରେ ସୋଲାର ପାନୀୟ ଜଳ ସ୍ଥାପନ କେନ୍ଦ୍ର ସ୍ଥାପନ କାର୍ଯ୍ୟ ଶେଷ ହୋଇଛି। ଆସିକା କରସିଙ୍ଗି ରାଜ୍ୟ ରାଜପଥ କଡରେ ଥିବା ମା ବାଙ୍କେଶ୍ୱରୀଙ୍କ ପୀଠରେ ବିବାହ ଉତ୍ସବ, ସଭାସମିତି ହେଉଥିବା ବେଳେ ପାନୀୟ ଜଳ ପାଇଁ ଏକ ନଳକୂପ ହିଁ ଭରସା ଥିବା ବେଳେ ବର୍ତ୍ତମାନ ନିର୍ମାଣ ହୋଇଥିବା ସୋଲାର ପାନୀୟ ଜଳ ଯୋଗାଣ ପ୍ରକଳ୍ପ ଦ୍ବାରା ବହୁ ଉପକାର ହୋଇ ପାରିବ। ପାଞ୍ଚାୟତ ସମିତି ପକ୍ଷରୁ ନିର୍ମାଣ ହୋଇଥିବା ଏହି ସୋଲାର ପାନୀୟ ଜଳ ଯୋଗାଣ ପ୍ରକଳ୍ପ ନିର୍ମାଣ ସରିବା ପରେ ଏପ୍ରିଲ ୨୦ ତାରିଖ ଦିନ ଖୋଳଖାଳି ସମିତି ସଭ୍ୟ ବିବେକାନନ୍ଦ ବାରିକ ଜନସାଧାରଣ ବ୍ୟବହାର କରିବା ପାଇଁ ଉତ୍ସର୍ଗ କରିଛନ୍ତି।

ରିପୋର୍ଟ :ଅନିଲ କୁମାର ମହାରଣା

LEAVE A REPLY

Please enter your comment!
Please enter your name here