ନରେନ୍ଦ୍ରପୁର ଅଗ୍ନି ବିପନ୍ନଙ୍କୁ ସହାୟତାର ହାତ ବଢ଼ାଇଲା କଂଗ୍ରେସ

0
241

ଭଞ୍ଜନଗର: ଜଗନ୍ନାଥ ପ୍ରସାଦ ବ୍ଲକ ଅନ୍ତର୍ଗତ କାଦୁଆ ପଂଚାୟତର ନରେନ୍ଦ୍ରପୁର ଗ୍ରାମରେ ବୁଧବାର ଅଗ୍ନିକାଣ୍ଡ ଘଟି ଗ୍ରାମର ଚରଣ ଗୌଡ଼,ବାହନ ଗୌଡ଼, ତ୍ରିଲୋଚନ ଗୌଡ଼ ଙ୍କ ତିନି ବଖରା ଘର ପୋଡି ପାଉଁଶ ହୋଇଯାଇଥିବା ବେଳେ ସେମାନେ ବର୍ତ୍ତମାନ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏଭଳି ସ୍ଥିତିରେ ଅଗ୍ନି ବିପନ୍ନ ପରିବାର ଙ୍କୁ ସହାୟତାର ହାତ ବଢାଇଛି ପ୍ରଦେଶ କଗ୍ରେଂସ । ଭଞ୍ଜନଗର କଂଗ୍ରେସ କମିଟି ତରଫରୁ ଯୁବ ନେତା ପ୍ରଶାନ୍ତ କୁମାର ବିଶୋୟୀ ଙ୍କ ନିର୍ଦେଶ କ୍ରମେ ଜଗନ୍ନାଥ ପ୍ରସାଦ ବ୍ଲକ ସଭାପତି ବିଦ୍ୟାଧର ପ୍ରଧାନ ନେତୃତ୍ୱରେ ରେ କ୍ଷତିଗ୍ରସ୍ତ ହୋଇଥିବା ୩ ପରିବାରକୁ ଶୁଖିଲା ଖାଦ୍ୟ ପ୍ରଦାନ କରାଯିବା ସହ ଅସୁବିଧା ସମ୍ପର୍କରେ ପଚାରି ବୁଝିଥିଲେ ।ଯଥା ଶୀଘ୍ର ସରକାରୀ ସହାୟତା ପ୍ରଦାନ ଦିଗରେ ପ୍ରଶାସନ ଦୁର୍ଷ୍ଟି ଆକର୍ଷଣ କରାଯିବ ବୋଲି ବ୍ଲକ ସଭାପତି ବିଦ୍ୟାଧର ପ୍ରଧାନ କହିଛନ୍ତି। ଜବାହାରଲାଲ ସାହୁ. ମଣ୍ଟୁ ପ୍ରଧାନ, ବାଲ୍ୟ ବେହେରା, ଚନ୍ଦନ,ସୌମରଞ୍ଜନ, କାହ୍ନ. ରୋମୀୟ ଏବଂ ଅନ୍ୟାନ କର୍ମୀମାନେ ଉପସ୍ଥିତ ରହିଥିଲେ ।

ରିପୋର୍ଟ :ନିଲୁ ବିଷୋୟୀ

LEAVE A REPLY

Please enter your comment!
Please enter your name here