ମୋହନା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ପରିସରରେ ଅଗ୍ନିଶମ ବିଭାଗ ପକ୍ଷରୁ ମକଡ୍ରିଲ

0
298

ମୋହନା (ନ୍ୟୁଜଏକ୍ସଟ୍ରା) ଗଜପତି ଜିଲ୍ଲା ମୋହନା ଅଗ୍ନିଶମ ବିଭାଗ ତରଫରୁ ଅପ୍ରିଲ ୧୪ ତାରିଖରୁ ୨୦ ତାରିଖ ପର୍ଯ୍ୟନ୍ତ ଅଗ୍ନିଶମର ସେବା ସପ୍ତାହ ଅବସରରେ ମୋହନା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ପରିସରରେ ଏକ ମକଡ୍ରିଲ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମୋହନା ଅଗ୍ନିଶମ ବିଭାଗର ଇନଚାର୍ଜ ଚନ୍ଦ୍ରଶେଖର ସାହୁ , ହାବିଲଦାର ରାମଚନ୍ଦ୍ର ବେହେରା ସମେତ ବନବାସୀ ମହାପାତ୍ର, ଯୁଗୁନୁ କୁମାର୍ ବେହେରା, ଦିଲୀପ ମହାରଣା, କିଶୋର କୁମାର୍ ଶବର ପ୍ରମୁଖ ଉପସ୍ଥିତ ରହି ଜରୁରୀ କାଳୀନ ସମୟରେ କିପରୀ ନିଆରୁ ରକ୍ଷା ପାଇବେ, ଅନ୍ୟକୁ ରକ୍ଷା କରିବେ, ପ୍ରାକୃତିକ ବିପର୍ଯ୍ୟୟ ସମୟରେ କିପରୀ ଲୋକଙ୍କୁ ରକ୍ଷା କରାଯାଇ ପାରିବ, ଉଚ୍ଚ ଅଟ୍ଟାଳିକା ମାନଙ୍କରେ ଯଦି କୌଣସି ସ୍ଥାନରେ ନିଆ ଲାଗିଯାଏ ତାହାଠାରୁ କିପରୀ ଉଦ୍ଧାର କରାଯାଇପାରିବ ଏବଂ ବନ୍ୟା ବାତ୍ୟା ସମୟରେ ପାଣିରେ ବୁଡି ଯାଉଥିବା ଲୋକଙ୍କୁ କିପରୀ ଉଦ୍ଧାର କରାଯିବା ସେନେଇ ମକଡ୍ରିଲ ମାଧ୍ୟମରେ ଉପସ୍ଥିତ ସ୍ଵାସ୍ଥ୍ୟ ବିଭାଗର ଅଧିକାରୀ ଓ କର୍ମଚାରୀ ମାନଙ୍କୁ ପ୍ରଶିକ୍ଷଣ ଦେଇଥିଲେ I ଆଗାମୀ ଦିନରେ ଯଦି କେବେ ମଧ୍ୟ ଏହିପରି ସମସ୍ୟାର ସମ୍ମୁଖୀନ ହେବେ ତେବେ ସାହସର ସହ ସମ୍ମୁଖୀନ କରିବାକୁ ପରାମର୍ଶ ଦେଇଥିଲେ।

ରିପୋର୍ଟର୍ – ପି ସଞୀବ ରାଓ

LEAVE A REPLY

Please enter your comment!
Please enter your name here