ମେ’ ୧ରୁ ୧୮ ବର୍ଷରୁ ଊର୍ଦ୍ଧ୍ଵ ସମସ୍ତଙ୍କୁ ଦିଆଯିବ କରୋନା ଟିକା

0
354

ନୂଆଦିଲ୍ଲୀ: ମେ ୧ତାରିଖ ଠାରୁ ଦେଶର ୧୮ ବର୍ଷରୁ ଉର୍ଦ୍ଧ୍ୱ ବୟସର ବ୍ୟକ୍ତି ଟିକା ନେଇପାରିବେ। ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକର ଏହି ନିଷ୍ପତ୍ତି ନିଆଯାଇଛି।ଜାନୁଆରୀ ୧୬ ତାରିଖରେ ଦେଶରେ ପ୍ରଥମ ପର୍ଯ୍ୟାୟ ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ପ୍ରଥମ ପର୍ଯ୍ୟାୟରେ ସ୍ୱାସ୍ଥ୍ୟକର୍ମୀ ଓ କରୋନା ସମ୍ମୁଖ ଯୋଦ୍ଧାଙ୍କୁ ଟିକା ଦିଆଯାଇଥିଲା। ଏହାପରେ ଏପ୍ରିଲ ୧ ତାରିଖରେ ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣ ଆରମ୍ଭ ହୋଇଥିଲା। ଏଥିରେ ୪୫ ବର୍ଷରୁ ଅଧିକ ବୟସର ଲୋକଙ୍କୁ ଟିକା ଦିଆଯାଇଥିଲା। ଏବେ ତୃତୀୟ ପର୍ଯ୍ୟାୟରେ ସମସ୍ତ ପ୍ରାପ୍ତବୟସ୍କଙ୍କୁ ଟିକା ନେବାକୁ ଅନୁମତି ଦେଇଛନ୍ତି କେନ୍ଦ୍ର ସରକାର।

LEAVE A REPLY

Please enter your comment!
Please enter your name here