ଉପ ଜିଲ୍ଳାପାଳଙ୍କ ପ୍ରତିଶ୍ରୁତି ପରେ ଧାରଣାରୁ ଓହରିଲେ ନର୍ସ

0
386

ବ୍ରହ୍ମପୁର (ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : ମହାମାରୀ କରୋନା କବଳରୁ ଲୋକଙ୍କୁ ସୁରକ୍ଷିତ ରଖିବା ପାଇଁ ଡାକ୍ତର, ନର୍ସ ଓ ଅନ୍ୟାନ୍ୟ ସ୍ୱାସ୍ଥ୍ୟକର୍ମୀମାନେ ଯୋଦ୍ଧା ସାଜି ଦିନରାତି ଏକ କରି ଘରକୁ ନ ଯାଇ ରୋଗୀ ସେବାରେ ଲାଗି ପଡିଛନ୍ତି । ବ୍ରହ୍ମପୁର ଶୀତଳାପଲ୍ଲୀରେ ଥିବା କୋଭିଡ଼ ହସ୍ପିଟାଲରେ ନର୍ସମାନେ ପ୍ରଶାସନ ସେମାନଙ୍କୁ ଆବଶ୍ୟକୀୟ ଉପକରଣ,ସୁରକ୍ଷା ଉପକରଣ ଯଥା ପିପିଇ, ମାସ୍କ, ଗ୍ଲୋବ୍ସ ନ ଯୋଗାଇବା ଏବଂ ଉପଯୁକ୍ତ ପାନୀୟ ଜଳ ବ୍ୟବସ୍ଥା ନ ଥିବା ଅଭିଯୋଗ କରି ହସ୍ପିଟାଲ ପରିସରରେ ଧାରଣାରେ ବସିଥିଲେ । ଉପ ଜିଲ୍ଲାପାଳ, କୋଭିଡ୍ ହସ୍ପିଟାଲ ମୁଖ୍ୟ ଏବଂ ଏମ୍କେସିଜି ଅଧୀକ୍ଷକଙ୍କ ସହିତ ଆଲୋଚନା ପରେ ଉପ ଜିଲ୍ଲାପାଳଙ୍କ ସମସ୍ତ ପ୍ରକାର ଆବଶ୍ୟକୀୟ ଉପକରଣ ଯୋଗାଇ ଦିଆଯିବ ପ୍ରତିଶ୍ରୁତିରେ ନର୍ସମାନେ ଆନ୍ଦୋଳନ ପ୍ରତ୍ୟାହର କରିଛନ୍ତି । ଏହାସହ ବ୍ରହ୍ମପୁର ସ୍ଥିତ ଏମକେସିଜି ମେଡ଼ିକାଲର ନର୍ସମାନଙ୍କ ମଧ୍ୟ ଆନ୍ଦୋଳନ ପ୍ରତ୍ୟାହୃତ କରିଛନ୍ତି । ଉପ ଜିଲ୍ଲାପାଳଙ୍କ ପ୍ରତିଶ୍ରୁତି କ୍ରମେ ଷ୍ଟାଫ୍ ନର୍ସ ମାନଙ୍କ ରହିବା ପାଇଁ ପିଜି ହଷ୍ଟେଲର ବ୍ୟବସ୍ଥା କରାଯିବ,ଡ୍ୟୁଟି ସମୟରେ ଆବଶ୍ୟକ ପିପିଇ ଯୋଗାଇ ଦିଆଯିବ ଏବଂ ଗୋଟିଏ ମାସର ଡ୍ୟୁଟି ପରେ ସେମାନଙ୍କ ପାଇଁ କ୍ୱାରେଣ୍ଟାଇନ ବ୍ୟବସ୍ଥା କରାଯିବ ।

LEAVE A REPLY

Please enter your comment!
Please enter your name here