ସମସ୍ତ ସହରାଞ୍ଚଳ ଶନିବାର ଏବଂ ରବିବାର ସଟଡାଉନ ଘୋଷଣା କଲେ ରାଜ୍ୟ ସରକାର

0
266

ଭୁବେନଶ୍ୱର() ସାରା ରାଜ୍ୟରେ ଲାଗୁ ହେବ ସପ୍ତାହାନ୍ତ କଟକଣା । ପ୍ରତି ସପ୍ତାହର ଶନିବାର ଓ ରବିବାର ଲାଗୁ ହେବ ସଟଡାଉନ । ତେବେ ଅତ୍ୟାବଶ୍ୟକ ସେବାକୁ ଅନୁମତି ରହିଛି । ୨୧ ତାରିଖରୁ କଟକଣା ଲାଗୁ ହେବାକୁ ଥିବା ବେଳେ ମେ ୧୫ ଯାଏ ବଳବତ୍ତର ରହିବ । ଏନେଇ ଘୋଷଣା କରିଛନ୍ତି ଏସଆରସି ପ୍ରଦୀପ ଜେନା । ନୂଆ କଟକଣା ଅନୁଯାୟୀ ଏଣିକି ବିବାହ ଉତ୍ସବରେ ସର୍ବାଧିକ ୫୦ ଓ ଅନ୍ତ୍ୟେଷ୍ଟିରେ ୨୦ ଜଣଙ୍କୁ ଅନୁମତି ରହିଛି । ତେବେ ବିବାହ ଉତ୍ସବରେ ସାମିଲ ହେବାକୁ ଥିବା ଅତିଥିଙ୍କ ତାଲିକା ମାରିବାକୁ ସ୍ପଷ୍ଟ ନିର୍ଦ୍ଦେଶ ରହିଛି ।ସେହିପରି ହାଟବଜାର ଓ ସପିଂ ମଲ ଉପରେ କଟକଣା ଆହୁରି କଡ଼ାକଡ଼ି କରାଯାଇଛି । ମଲ ଭିତରେ ଥିବା ଫୁଡକୋର୍ଟ ବା କୌଣସି ହୋଟେଲରେ ବସି ଖାଇବାକୁ ଅନୁମତି ଦିଆଯିବ ନାହିଁ । କେବଳ ପାର୍ସଲ ପାଇଁ ଅନୁମତି ରହିଛି । ସେହିପରି ରାସ୍ତାକଡ଼ ଉଠା ଦୋକାନୀ ବା ଠେଲାରୁ ପାର୍ସଲ ନୋଇପାରିବେ ଲୋକେ । ସେହିପରି ଜାତୀୟ ରାଜପଥ ପାର୍ଶ୍ବରେ ଥିବା ଢାବା ଗୁଡ଼ିକ ମଧ୍ୟ କେବଳ ପାର୍ସଲ ଦେଇପାରିବେ । ଅନ୍ୟପଟେ ଫିଲ୍ମ ହଲ ଗୁଡ଼ିକ ୫୦ ପ୍ରତିଶତ ଦର୍ଶକଙ୍କୁ ନେଇ ଚାଲିପାରିବ ।

LEAVE A REPLY

Please enter your comment!
Please enter your name here