କରୋନା ସଂକ୍ରମଣ ରୋକିବା ପାଇଁ ପାରଳା ପୋଲିସର ପଦକ୍ଷେପ

0
284

ପାରଳାଖେମୁଣ୍ଡି (ନ୍ୟୁଜ ଏକ୍ସଟ୍ରା )ଦେଶରେ ବ୍ୟାପିଥିବା କୋରନା ଭାଇରସ ଦ୍ବିତୀୟ ଲହରୀର କାୟା ବିସ୍ତାର କରିବାରେ ଲାଗିଛି | ଏପରିକି ସମଗ୍ର ରାଜ୍ୟ ସମେତ ଜିଲ୍ଲାରେ କୋଭିଡ ସଂକ୍ରମଣର ସଂଖ୍ୟା ଦିନକୁ ଦିନ କାୟା ବିସ୍ତାର କରି ବୃଦ୍ଧି ପାଇବାରେ ଲାଗିଛି । ଏହି ସମସ୍ୟାର ସମାଧାନ ପ୍ରତି ଦୃଷ୍ଟି ରଖି ପାରଳାଖେମୁଣ୍ଡି ପୋଲିସ ପକ୍ଷରୁ ବ୍ୟାପକ ଯାଞ୍ଚ ଓ ସଚେତନତା କାର୍ଯ୍ୟକ୍ରମ କରାଯାଉଥିବାର ଦେଖିବାକୁ ମିଳୁଛି । ପାରଳାଖେମୁଣ୍ଡି ଥାନା ଅଧିକାରୀ ବିବେକା ନନ୍ଦ ସ୍ୱାଇଁଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଡାକବାଜିଯନ୍ତ୍ର ଯୋଗେ ସହରର ଜନସାଧାରଣଙ୍କୁ ସତର୍କ ରହିବା,ମାସ୍କ ପରିଧାନ କରିବା,ସାମାଜିକ ଦୂରତା ରକ୍ଷା କରିବା ଆଦି ସମ୍ପର୍କରେ ସଚେତନତା କରିବା ସହ ଦୋକାନୀ ମାନଙ୍କୁ ଗହଳି ନକରିବା ପାଇଁ ମଧ୍ୟ କୁହାଯାଇଛି । ବିଶେଷ କରି ପାରଳାଖେମୁଣ୍ଡି ସହରର ମୁଖ୍ୟ ବଜାର ଛକରେ ଭିଡ ହେଉଥିବାକୁ ଦୃଷ୍ଟିରେ ରଖି ସେଠାକାର ଦୋକାନୀ,ଉଠାଦୋକାନୀ ମାନଙ୍କୁ ରାଜ୍ୟ ସରକାଙ୍କ କୋଭିଡ୍‌-୧୯ ନିୟମାବଳୀକୁ ବୁଝାଇଥିଲେ । ରାସ୍ତାକଡରେ ଉଠା ପରିବା ଦୋକାନୀ ମାନଙ୍କୁ ପୂର୍ବଭଳି ହାଟପଦା ଠାରେ ଥିବା ପରିବା ହାଟକୁ ସ୍ଥାନାନ୍ତରିତ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। ପ୍ରଥମେ କୋରନା ଭାଇରସର ତାଣ୍ଡବ ସମୟରେ ଏହି ପନିପରିବା କୃଷକମାନଙ୍କୁ ହାଟପଦା ନିକଟରେ ସ୍ଥାୟୀ ସ୍ଥଳ ଦିଆଯାଇଥିଲା ବେଳେ, ସେଠାରେ କିଛି ଦିନ ବଜାର ଚାଲିଥିଲା | କିନ୍ତୁ ପରେ ବ୍ୟବସାୟୀମାନେ ପୁନଃ ବିଚ୍ ରାସ୍ତା ଉପରେ,ସଫିଆ ରେଷ୍ଟୁରାଣ୍ଟ ସମ୍ମୁଖରେ ରାସ୍ତା ଉପରେ ପରିବା ବିକ୍ରି କରିବା ଆରମ୍ଭ କରିଦେଇଥିଲେ ।ଗତ ଦଶହରା ସମୟରେ ରାସ୍ତା ସଂପ୍ରସାରଣ କରିବା ନିମନ୍ତେ ପୁର୍ତ୍ତବାଭାଗ ପକ୍ଷରୁ ଜବର ଦଖଲ ଉଚ୍ଛେଦ କରାଯାଇଥିଲା ନାମକୁ ମାତ୍ର। ହେଲେ ଜବରଦଖଲ ଉଚ୍ଛେଦ ଏକ ଫୁଟ ହେଲା ବେଳେ ବ୍ୟବସାୟୀମାନେ ପୁଣି ରାସ୍ତା ଉପରେ ପୁନର୍ବାର ଚାରିଫୁଟ ଦଖଲ କରୁଛନ୍ତି | ଏଠାରେ ପ୍ରଶାସନିକ ଦୁର୍ବଳତା ଯୋଗୁଁ ବ୍ୟବସାୟିକ ପ୍ରତିଷ୍ଠାନମାନଙ୍କ ଦାଦାଗିରି ପାରଳାଖେମୁଣ୍ଡି ଦୈନିକ ବଜାରରେ ଚାଲିଛି। ଯାହାକି ବଜାରରେ କାର୍ଯ୍ୟାରତ ପୋଲିସମାନଙ୍କୁ ମଧ୍ୟ ଖାତିର କରୁନଥିବା ଦେଖିବାକୁ ମିଳିଛି। ବର୍ତମାନ କୋରନାର ଦ୍ଵିତୀୟ ଲହରୀର କାୟା ବିସ୍ତାର କରିବାରେ ଲାଗିଛି କିନ୍ତୁ ଏହି ବ୍ୟବସାୟୀମାନେ ଗହଳି କରିବାରେ ଟିକିଏ ମଧ୍ୟ ପଛାଉ ନାହାନ୍ତି |ଏହି ସମସ୍ତ ସମସ୍ୟାକୁ ନେଇ ପାରଳାଖେମୁଣ୍ଡି ପୋଲିସ ପକ୍ଷରୁ ଡ଼ାକବାଜି ଯନ୍ତ୍ର ସାହାଯ୍ୟରେ ସମସ୍ତ ନିୟମକୁ ପ୍ରଚାର ପ୍ରସାର କରିବା ସହିତ ପୁଙ୍ଖାନୁପୁଙ୍ଖ ଭାବେ ବୁଝାଇ ଦେଉଛନ୍ତି ।
ଯଦି ଏମାନେ ମୁଖ୍ୟ ରାସ୍ତାରେ ପରିବା ବିକ୍ରି କରିବେ ତେବେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚାଇଦେଇଛନ୍ତି । ଏବଂ ଏହି ଅଞ୍ଚଳର ସମସ୍ତ ରାସ୍ତା ଉପରେ ବ୍ୟବସୟୀଙ୍କୁ ହଟାଇଦେଇଛନ୍ତି । ଆଜିର ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପାରଳାଖେମୁଣ୍ଡି ଆଦର୍ଶ ଥାନାର ଏସ୍‌.ଆଇ. ଅହଲ୍ୟା ମହାରଣା, ବିନାୟକ ମନ୍ତ୍ରୀ,ଏଏସ୍‌ଆଇ ଭୋଳାନାଥ ପଣ୍ଡା ପ୍ରମୁଖଙ୍କ ସହ ବହୁ ପୋଲିସ କର୍ମଚାରୀ ଉପସ୍ଥିତ ଥିଲେ ।

ରିପୋର୍ଟ :ବସନ୍ତ କୁମାର ପଣ୍ଡା

LEAVE A REPLY

Please enter your comment!
Please enter your name here