ବଜ୍ରପାତରେ ପନିପରିବା ବ୍ୟବସାୟୀଙ୍କ ମୃତ୍ୟୁ

0
450

ଭଞ୍ଜନଗର (ନ୍ୟୁଜଏକ୍ସଟ୍ରା) ଜଗନ୍ନାଥ ପ୍ରସାଦ ଥାନା ଅଧିନ ଗଣ୍ଡାଧର ଗ୍ରାମରେ ଆଜି ଅପରାହ୍ନ ସମୟରେ ବଜ୍ରପାତ ଘଟି ଜଣେ ପନିପରିବା ବ୍ୟବସାୟୀଙ୍କ ମୃତ୍ୟୁ ଘଟିଛି। ମୃତକ ଜଣଙ୍କ ହେଲେ ଗଣ୍ଡାଧର ଗ୍ରାମର ସୁବାଷ ପାତ୍ର ଙ୍କ ପୁଅ ଭୁଗୁରାମ ପାତ୍ର(୩୩)। ସୂଚନା ମୁତାବକ ଆଜି ଅପରାହ୍ନ ସମୟରେ ପ୍ରବଳ ବର୍ଷାପବନ ଆସିବାରୁ ଗ୍ରାମରେ ପନିପରିବା ଦୋକାନ କରିଥିବା ଭୁଗୁ ପରିବା ସବୁ ଦୋକାନ ଭିତରକୁ ନେଉଥିଲେ ଏହି ସମୟରେ ହଠାତ ଘଡଘଡି ସହ ବଜ୍ରପାତ ଘଟିଥିଲା। ଘଟଣା ସ୍ଥଳରେ ସେ ଟଳି ପଡ଼ିଥିଲେ। ସେଠାରୁ ତାଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ ଜଗନ୍ନାଥ ପ୍ରସାଦ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ପରେ ଭଞ୍ଜନଗର ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୁଲିସ ପହଞ୍ଚି ମୃତ ଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଆସନ୍ତାକାଲି ଶବ ବ୍ୟବଚ୍ଛେଦ ପରେ ପରିବାରବର୍ଗ ଙ୍କୁ ହସ୍ତାନ୍ତର କରାଯିବ ବୋଲି ଜଣାପଡିଛି

ରିପୋର୍ଟ / ନିଲୁ ବିଷୋୟୀ

LEAVE A REPLY

Please enter your comment!
Please enter your name here