ଭଞ୍ଜନଗର ଅଞ୍ଚଳରେ କାଳ ବୈଶାଖୀର ତାଣ୍ଡବ

0
515

ଭଞ୍ଜନଗର (ନ୍ୟୁଜଏକ୍ସଟ୍ରା) ଗଂଜାମ ଜିଲ୍ଲା ଭଞ୍ଜନଗର ଅଂଚଳରେ ଆଜି ଅପରାହ୍ନ ସମୟ ୩ ଟା ବିଭିନ୍ନ ସ୍ଥାନରେ କାଳବୈଶାଖୀର ମହା ଘୂର୍ଣି ବଳୟ ଓ ଝଡତଫାନ ଦେଖିବାକୁ ମିଳିଥିଲା । ଯାହା ଫଳରେ ଭଞ୍ଜନଗର ସହର ସମେତ ବିଭିନ୍ନ ଗ୍ରାମାଞ୍ଚଳରେ କେତେକ ସ୍ଥାନରେ ଗଛ ଡାଳ ଭାଙ୍ଗି ରାସ୍ତା ଉପରେ ପଡ଼ିଥିବା ବେଳେ ଆଉ କେତେକ ସ୍ଥାନରେ ବଡ଼ ବଡ଼ ଗଛ ମୂଳରୁ ଉପଡି ପଡି ରାସ୍ତା ଉପରେ ପଡ଼ିରହିଛି ।ସେହିପରି କେତେକ ଗରିବ ଲୋକଙ୍କ ଝାଟି ମାଟି କୁଡିଆ ଘରର ଛପର ଉଡ଼ାଇ ନେଇଥିବା ବେଳେ ଆଉ କେତେକ ଲୋକଙ୍କ ଘରର ଆଜବେଷ୍ଟ ଏବଂ ଟିଣ ଛପର ଉଡ଼ାଇ ନେଇଛି ।ଅନ୍ୟ ପକ୍ଷରେ ବିଶାଳ କାୟ ଗଛ ବିଦ୍ୟୁତ୍ ତାର ଉପରେ ପଡି ଖୁଣ୍ଟ ଉପୁଡ଼ି ପଡ଼ିଥିବା ଯୋଗୁଁ ବିଦ୍ୟୁତ୍ ସରବରାହ ଅଞ୍ଚଳ ରେ ବନ୍ଦ୍ ରହିଛି ।ଭୀଷଣ ବର୍ଷା ଓ ଝଡ଼ ତୋଫାନ ଯୋଗୁଁ ଚାଷୀଙ୍କର ପନିପରିବା ଫସଲ ନଷ୍ଟ ହୋଇଯାଇଛି । ବିଭିନ୍ନ ସ୍ଥାନରେ ଡାଳ ପତ୍ର ଭାଙ୍ଗି ପଡିରହିଥିବା ବେଳେ ରାସ୍ତା ଅବରୋଧ ହୋଇଛି।ଯାହା ଫଳରେ ଯାତାୟତ ବାଧା ପ୍ରାପ୍ତ ହୋଇଛି। ଭଞ୍ଜନଗର ସହରର ବିଭିନ୍ନ ସ୍ଥାନରେ କାଳ ବୈଶାଖୀ ତାର ତାଣ୍ଡବ ରଚିଥିବା ବେଳେ ବିଭିନ୍ନ ଗ୍ରାମାଞ୍ଚଳରେ ଏହା ବ୍ୟାପକ କ୍ଷୟକ୍ଷତି କରିଛି। ରିପୋର୍ଟ ଲେଖାହେବା ସୁଦ୍ଧା ବିଦ୍ୟୁତ ସରବରାହ ବିଚ୍ଛିନ୍ନ ରହିଥିବା ବେଳେ ଯୁଦ୍ଧ କାଳୀନ ଭିର୍ତିରେ କାମ ଆରମ୍ଭ ହୋଇଛି। କାଳବୈଶଖୀର କ୍ଷୟ କ୍ଷତି ଆକଳନକରି ସରକାରୀ ସ୍ତରରେ ସହାୟତା ଯୋଗାଇଦେବା ପାଇଁ ଜନସାଧାରଣ ସରକାରଙ୍କୁ ଅନୁରୋଧ କରିଛନ୍ତି।

ରିପୋର୍ଟ / ନିଲୁ ବିଷୋୟୀ

LEAVE A REPLY

Please enter your comment!
Please enter your name here