ଶିକ୍ଷକ ପ୍ରଶିକ୍ଷଣ ତାଲିମ ଶିବିର ” ସାମର୍ଥ୍ୟ ” କାର୍ଯ୍ୟକ୍ରମ ଅନୁଷ୍ଠିତ

0
384

ଗଂଜାମ: ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଳକ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ ଶନିବାର ଦିନ ସ୍ଥାନୀୟ ବଡଖେମୁଣ୍ଡି ହାଇସ୍କୁଲ ପ୍ରାଙ୍ଗଣରେ ତିନିଦିନିଆ ଶିକ୍ଷକ ପ୍ରଶିକ୍ଷଣ ତାଲିମ ଶିବିର ” ସାମର୍ଥ୍ୟ ” କାର୍ଯ୍ୟକ୍ରମ ଉଦଯାପିତ ହୋଇଯାଇଛି । ସମଗ୍ର ଶିକ୍ଷା ଆନୁକୂଲ୍ୟରେ ଗୋଷ୍ଠୀ ସମ୍ବଳ ଶିକ୍ଷକ ସୁଶାନ୍ତ କୁମାର ପ୍ରଧାନଙ୍କ ସଂଯୋଜନାରେ ଆୟୋଜିତ ଶିବିରକୁ ଦିଗପହଣ୍ଡି ବ୍ଳକ ଗୋଷ୍ଠୀ ଶିକ୍ଷାଧିକାରୀ କୋରେଶୁ ସେଠୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ । ସେହିପରି ସହ ଗୋଷ୍ଠୀ ଶିକ୍ଷାଧିକାରୀ ବାଳା ମାଝୀ , ବିଶ୍ରବା ପାଇକ , ରସାନନ୍ଦ ଘଡେଇ , ସିଆରସିସି ଅନିଲ କୁମାର ଦାସ , ବିଦ୍ଯାଳୟ ପ୍ରଧାନଶିକ୍ଷକ କୋରା ପ୍ରସାଦ ଶତପଥୀ ପ୍ରମୁଖ ଉପସ୍ଥିତ ମଞ୍ଚାସୀନ ରହିଥିଲେ । ସମଗ୍ର ଶିକ୍ଷା ଅନ୍ତର୍ଗତ ଅନ୍ତର୍ନିବେଶୀ ଶିକ୍ଷା ଯୋଜନାରେ ଶହ ଶହ ଭିନ୍ନକ୍ଷମ ଛାତ୍ରଛାତ୍ରୀ ଦିଗପହଣ୍ଡିର ବିଭିନ୍ନ ସରକାରୀ ବିଦ୍ୟାଳୟରେ ପାଠ ପଢି ସରକାରଙ୍କ ଦ୍ଵାରା ପ୍ରଦତ୍ତ ସମସ୍ତ ସୁବିଧା ସୁଯୋଗ ପାଇପାରିବେ ତାହାକୁ ନେଇ ଉପସ୍ଥିତ ସମ୍ବଳ ଶିକ୍ଷକ ମାନଙ୍କ ଦ୍ଵାରା ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା। ଏହି ଅବସରରେ ୫୦ ଗୋଟି ବିଦ୍ଯାଳୟର ୫୦ ଜଣ ଶିକ୍ଷକଙ୍କୁୁ ତିନିଦିନିଆ ତାଲିମ ଶିବିରରେ ପର୍ଯ୍ଯାୟ କ୍ରମେ ଅନ୍ତର୍ନିବେଶୀ ଶିକ୍ଷା କାର୍ଯ୍ୟକ୍ରମ ମାଧ୍ୟମରେ ୨୧ ପ୍ରକାର ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କ ଅଧିକାର ଆଇନ , ପାଠ୍ୟ ଅନୁକ୍ବଳନର ପ୍ରଣାଳୀ , ଚିହ୍ନଟି କରଣ , ଆର୍ଥିକ ପ୍ରୋତ୍ସାହନ , ସହଯୋଗୀ ଉପକରଣ ବ୍ୟବସ୍ଥା , ସରକାରୀ ଯୋଜନା ଏବଂ ସହାୟତା ଉପରେ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା । ପ୍ରଶିକ୍ଷକ ତଥା ସମ୍ବଳ ଶିକ୍ଷକ ଉପେନ୍ଦ୍ର କୁମାର ପଣ୍ଡା , ପ୍ରଶିକ୍ଷିକା ସୁରମା ଦଳେଇ ସହଯୋଗ ପ୍ରଦାନ କରିଥିବା ବେଳେ ଅନ୍ତର୍ନିବେଶୀ ଶିକ୍ଷା ସ୍ବେଚ୍ଛାସେବୀ ସହାୟତା କରିଥିଲେ ।

ରିପୋର୍ଟ:କିରଣ ବେହେରା

LEAVE A REPLY

Please enter your comment!
Please enter your name here