୧୫୫୯ ଲିଟର ଦେଶୀମଦ ଜବତ, ୧୧ ଗିରଫ

0
270

ବ୍ରହ୍ମପୁର(ନ୍ୟୁଜଏକ୍ସଟ୍ରା) ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଓ ଗଞ୍ଜାମ ଅବକାରୀ ଅଧୀକ୍ଷକ ରାଜେନ୍ଦ୍ର କୁମାର ଭତ୍ରା ଙ୍କ ନିର୍ଦ୍ଦେଶ କ୍ରମେ ଅବକାରୀ ଉପ ଅଧୀକ୍ଷକ ଅଭିରାମ ବେହେରାଙ୍କ ନେତୃତ୍ବରେ ଆସିକ ଅବକାରୀ ଥାନା ଅଞ୍ଚଳରେ ଚଢ଼ାଉ କରି ୮୧୧୦ ଲିଟର ପୋଚ ନଷ୍ଟ କରିବା ସହ ୧୫୫୯ ଲିଟର ଦେଶୀ ରନ୍ଧା ମଦ ଜବତ କରି ୧୧ ଜଣଙ୍କୁ ଗିରଫ କରାଯାଇଛି। ଏପ୍ରିଲ ୧୮ ତାରିଖ ଦିନ ଆସିକା ଅବକାରୀ ଥାନା ଅନ୍ତର୍ଗତ ପାକଲା ପଲ୍ଲୀ ଏରୋଗଲା କ୍ୟାମ୍ପ, ଆଇବି ଏରୋଗଲା କ୍ୟାମ୍ପ, କାଲଷଣ୍ଢପୁର ଏରୋଗଲା କ୍ୟାମ୍ପ, ଓ ସୁମନ୍ତପଲ୍ଲୀ ପ୍ରଭୃତି ଅଞ୍ଚଳରେ ଅବକାରୀ ଡିଏସପି ଶ୍ରୀ ବେହେରାଙ୍କ ନେତୃତ୍ୱରେ ଆସିକା ତହସିଲଦାର ତଥା ମାଜିଷ୍ଟ୍ରେଟ ସଦାନନ୍ଦ ସେଠୀ, ଆସିକ ଅବକାରୀ ଇନ୍ସପେକ୍ଟର ଧୀରେନ କୁମାର ବେହେରା, ଅବକାରୀ ଓଆଇସି ପ୍ରଦୀପ କୁମାର ମହାନ୍ତି, ଛତ୍ରପୁର ଅବକାରୀ ଡିଏସଏଫ ସବଇନ୍ସପେକ୍ଟର ପ୍ରୀତିଧରା ନାୟକ ଓ ଅବକାରୀ କର୍ମଚାରୀ ବୃନ୍ଦଙ୍କ ମିଳିତ ଚଢ଼ାଉ କରାଯାଇଥିଲା। ଚଢ଼ାଉ ବେଳେ ୮୧୧୦ ଲିଟର ପୋଚ ନଷ୍ଟ କରିବା ସହ ୧୫୫୯ ଲିଟର ଦେଶୀ ରନ୍ଧା ମଦ ସହ ମଦ ରନ୍ଧା ସାମଗ୍ରୀ ଜବତ କରିଥିଲେ। ଏନେଇ ୧୩ ଟି ମାମଲା ରୁଜୁ ହେବା ସହ ୧୧ ଜଣଙ୍କୁ ଗିରଫ କରାଯାଇଛି।

ରିପୋର୍ଟ :ପ୍ରଣୟ ପଣ୍ଡା

LEAVE A REPLY

Please enter your comment!
Please enter your name here