ଗଜପତି ଜିଲ୍ଲାରେ ଅନୁପ୍ରବେଶକୁ ନେଇ କଟକଣା : ନାକା ପଏଣ୍ଟରେ ପ୍ରମାଣ ପତ୍ର ବାଧ୍ୟତାମୂଳକ

0
397

ପାରଳାଖେମୁଣ୍ଡି (ନ୍ୟୁଜଏକ୍ସଟ୍ରା) ଦେଶରେ ପ୍ରଭାବିତ ହେଉଥିବା କରୋନା ଭୂତାଣୁ ୨ୟ ଲହରୀ ର କାୟା ବିସ୍ତାର କରିବାକୁ ଉଦ୍ୟମ କରୁଛି। ଏହି ଘଟଣା କୁ ଆଧାର କରି ଜନସାଧାରଣଙ୍କ ସ୍ୱାସ୍ଥ୍ୟକୁ ଆଖି ଆଗରେ ରଖି ଗଜପତି ଜିଲ୍ଲା ପ୍ରଶାସନ ଜିଲ୍ଲାରେ ଅନୁପ୍ରବେଶକୁ ନେଇ କଟକଣା ଜାରୀ କରିଛି । ଏନେଇ ଏକ ପ୍ରେସ ବିଜ୍ଞପ୍ତି ମାଧ୍ୟମରେ ଦେଇଛନ୍ତି ଯେ, ଜିଲ୍ଲାର ବିଭିନ୍ନ ନାକା ପଏଣ୍ଟ ଗୁଡିକ ମଧ୍ୟରୁ ବିଭିନ୍ନ ରାଜ୍ୟ ତଥା ବାହାର ଜିଲ୍ଲାରୁ ଆସୁଥିବା ଜନସାଧାରଣ ମାନଙ୍କୁ ଅନୁରେଧ କରାଯାଇଛି ଯେ, ଗଜପତି ଜିଲ୍ଲାରେ ପ୍ରବେଶ ସମୟରେ ୭୨ଘଣ୍ଟା ମଧ୍ୟରେ ହୋଇଥିବା ଆର୍‌ଟିପିସିଆର୍ ନେଗେଟିଭ୍ କିମ୍ବା କରୋନାଟୀକା ଦ୍ୱିତୀୟ ଡୋଜ୍ ନେଇଥିବା ବ୍ୟକ୍ତି ମାନେ ପ୍ରମାଣ ପତ୍ର ଉପସ୍ଥାପନ କରିବାକୁ ବାଧ୍ୟତା ମୁଳକ କରାଯାଇଛି । ଦସ୍ତାବିଡ ନଥିବା କୌଣସି ଲୋକଙ୍କୁ ଉକ୍ତ ନାକା ପଏଣ୍ଟ ଗୁଡିକ ପକ୍ଷରୁ ଜିଲ୍ଲାରେ ପ୍ରବେଶ ପାଇଁ ଅନୁମତି ଦେବେ ନାହିଁ । ଉକ୍ତ ପ୍ରମାଣ ପତ୍ର ନଥିବା ବ୍ୟକ୍ତିଙ୍କୁ ବାଧ୍ୟତା ମୂଳକ ଭାବେ ୭ ଦିନ ହୋମ୍ କ୍ୱାରେଣ୍ଟାଇନ ବା ସାମୂହିକ କ୍ୱାରେଣ୍ଟାଇନ ମଧ୍ୟରେ ରହିବାକୁ ପଡିବ ବୋଲି ସୂଚାଇ ଦିଆଯାଇଛି । ଯଦି ଏହି ନୀୟମକୁ କେହି ଉଲ୍ଲଙ୍ଘନ କରୁଥିବା ଦେଖିବାକୁ ମିଳିଲେ ସେମାନଙ୍କ ଉପରେ କୋଭିଡ ନିୟମ ଅନୁସାରେ ଦଣ୍ଡିତ ହେବେ ବୋଲି ସୂଚନା ଦେଇଛନ୍ତି ଜିଲ୍ଲା ପ୍ରଶାସନ ।

ରିପୋର୍ଟ :ବସନ୍ତ କୁମାର ପଣ୍ଡା

LEAVE A REPLY

Please enter your comment!
Please enter your name here