ଆନ୍ତର୍ଜାତିକ ମହିଳା ସୁରକ୍ଷା ସପ୍ତାହ ପାଳନ

0
248

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ସ୍ତିତ ସଂସ୍କୃତ ମହାବିଦ୍ୟାଳୟ ଓମହାରାଜା ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ମହିଳା ସୁରକ୍ଷା ଏବଂ ଅଧିକାର କୁ ନେଇ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଛି। ଏହା ସଖି ୱାନ ଷ୍ଟପ ସେଣ୍ଟର୍ ଙ୍କ ଦ୍ଵାରା ଏହି କାର୍ଯ୍ୟକ୍ରମ ସଂସ୍କୃତ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଶ୍ରୀ ଚନ୍ଦ୍ର ଶେଖର ତ୍ରିପାଠୀ ଏବଂ ବାଳିକା ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତି ସୁଜାତା କୁମାରୀ ଦୋରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମହିଳା ମାନଙ୍କ ପ୍ରତି ହେଉଥିବା ଅନ୍ୟାୟ ଅତ୍ୟାଚାର ଏବଂଏହାର ମୁକାବିଲା ସମ୍ପର୍କରେ ଛାତ୍ରଛାତ୍ରୀମାନଙ୍କୁ ସମ୍ୟକ ଧାରଣା ଦେଇ ଥିଲେ।ସଖୀ ୱାନ ଷ୍ଟପ କେନ୍ଦ୍ରର କେନ୍ଦ୍ର ପ୍ରଶାସିକା ଶ୍ରୀମତି ଭାଗ୍ୟ ଲକ୍ଷ୍ମୀ ନାୟକ ନାବାଳିକା ପ୍ରତି ହେଉ ଥିବା ଅତ୍ୟାଚାର, ନିର୍ଯାତନା ଓ ଏହାର ଆଇନଗତ କାର୍ଯ୍ୟାନୁଷ୍ଠାନ ବିଷୟରେ ଛାତ୍ର ଛାତ୍ରୀ ମାନଙ୍କୁ ମାର୍ଗଦର୍ଶନ ଦେଇଥିଲେ।ଶ୍ରୀମତି ମିନା କୁମାରୀ ଟହଲ ଜିଲ୍ଲାରେ ନାବାଳିକା ମାନଙ୍କୁ ବିଭିନ୍ନ ପ୍ରଲୋଭନ ଦେଖାଇ ବିଭିନ୍ନ ଶାରୀରିକ ଓ ମାନସିକ ତଥା ବାହ୍ୟ ରାଜ୍ୟକୁ ଚାଲାଣ ହେଉଥିବା ଉପରେ ଅବଗତ କରାଇବା ସହ ବାଲ୍ୟବିବାହ ଉପରେ କିଭଳି ରୋକାଯାଇ ପାରିବ ଏ କଥା ଉପରେ ବିସ୍ତୃତ ଭାବରେ ବୁଝାଇ ଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ସୁଶ୍ରୀ ସୁମତି ପରିଚ୍ଛା,ପ୍ରଣତି ପ୍ରିୟ ଦର୍ଶନୀ ଦାସ, ହରିକୃଷ୍ଣ ଚୌଧୁରୀ,ଜି.ଲକ୍ଷ୍ମୀ ତାୟାରୁ,ଏମ୍.ଗାୟତ୍ରୀ ବି.ମାଧବୀ,ଜି. ସୌଜନ୍ୟ। ଶିକ୍ଷୟିତ୍ରୀ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସୁଚାରୁରୂପେ ସମ୍ପାଦନା କରିଥିଲେ।ସର୍ବାଶେଷରେ ସୁନିତା ବେହେରା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

ରିପୋର୍ଟ:ବସନ୍ତ କୁମାର ପଣ୍ଡା

LEAVE A REPLY

Please enter your comment!
Please enter your name here