ପିପୁଲସ କଲେଜ ଯୁବ ରେଡ କ୍ରସ ପକ୍ଷରୁ ରକ୍ତଦାନ ଶିବିର: ୮୩ ୟୁନିଟ ରକ୍ତ ସଂଗ୍ରହ

0
278

ବୁଗୁଡା(ନ୍ୟୁଜଏକ୍ସଟ୍ରା) ବୁଗୁଡା ପିପୁଲସ ଡିଗ୍ରୀ କଲେଜର ଯୁବ ରେଡ କ୍ରସ ସଂଗଠନ ପକ୍ଷରୁ ଏପ୍ରିଲ ୧୦ ତାରିଖ ଶନିବାର ଦିନ କଲେଜ ପରିସରରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜନ କରାଯାଇ ୮୩ ୟୁନିଟ ରକ୍ତ ସଂଗ୍ରହ ହୋଇଥିବା ଜଣାପଡିଛି। ରକ୍ତଦାନ ଶିବିରକୁ ମହାବିଦ୍ୟାଳୟ ର ଅଧ୍ୟକ୍ଷ ରଜନୀକାନ୍ତ ଦାଶ ପ୍ରଦୀପ ପ୍ରଜ୍ବଳନ କରି ଉଦଘାଟନ କରିଥିବା ବେଳେ ଅଧ୍ୟାପକ ଅକ୍ଷୟ କୁମାର ସାହୁ, କ୍ରିଷ୍ଣା ରାଓ ପାତ୍ର, ଅଜୟ କୁମାର ସାହୁ, ଆତ୍ମପ୍ରକାଶ ନାୟକ, କିଶୋର କୁମାର ପଣ୍ଡା, ଡ଼ଃ ପ୍ରଦୀପ କୁମାର ଦାଶ, ଓ ରବୀନ୍ଦ୍ର କୁମାର ପୋଲାଇ, ଏବଂ ଅଧ୍ୟାପିକା ରଶ୍ମିତା ପଟ୍ଟନାୟକ ଓ ଅନିତା ଦେବୀ ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ। ଯୁବ ରେଡ କ୍ରସ ସଂସ୍ଥାର ପରାମର୍ଶଦାତା ତଥା ରାଜନୀତି ବିଜ୍ଞାନ ଅଧ୍ୟାପକ ବିନୋଦ କୁମାର କରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଯୁବ ରେଡ କ୍ରସ ର ଛାତ୍ରଛାତ୍ରୀଙ୍କ ସମେତ ଏନସିସି, ଏନଏସଏସ, ସ୍କାଉଟ ସଂସ୍ଥାର ଛାତ୍ରଛାତ୍ରୀ ବୃନ୍ଦ ରକ୍ତଦାନ ଶିବିର ପରିଚାଳନାରେ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ। ଭଞ୍ଜନଗର ରକ୍ତଭଣ୍ଡାର କର୍ମଚାରୀ ବୃନ୍ଦଙ୍କ ଦ୍ଵାରା ପିପୁଲସ ଡିଗ୍ରୀ କଲେଜର ଅଧ୍ୟାପକ, ଛାତ୍ରଛାତ୍ରୀ ଓ କର୍ମଚାରୀ ପ୍ରଭୃତିଙ୍କ ଠାରୁ ୮୩ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା।

ରିପୋର୍ଟ :ଅନିଲ କୁମାର ମହାରଣା

LEAVE A REPLY

Please enter your comment!
Please enter your name here