ଭଞ୍ଜନଗର ପୁଲିସ ପକ୍ଷରୁ ଚେକିଂ କଡାକଡି

0
584

ଭଞ୍ଜନଗର (ନ୍ୟୁଜଏକ୍ସଟ୍ରା) ସଂପ୍ରତି କୋରନାର ଦ୍ୱିତୀୟ ଲହର ପ୍ରଭାବରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ସଂକ୍ରମଣ ବୃଦ୍ଧି ଚିନ୍ତା ଜନକ ସ୍ଥିତି ସୃଷ୍ଟି କରିଥିବା ବେିଳେ ଏହାକୁ ରୋକ ଲଗାଇବା ପାଇଁ ପ୍ରଶାସନ ପୂର୍ବ ଭଳି ବ୍ୟାପକ ପଦକ୍ଷେପ ଗ୍ରହଣ କରିଛି। ଜିଲ୍ଲାରେ ମଧ୍ୟ ସଂକ୍ରମିତଙ୍କ ସଂଖ୍ୟା ଧିରେ ଧିରେ ବୃଦ୍ଧି ପାଇବା ସହ ସ୍ଥିତି ଗମ୍ଭୀର ଆଡ଼କୁ ମୁହାଁଇଛି। ଫଳରେ ଦ୍ୱିତୀୟ ଲହରରେ ରୋକ ଲାଗାଇବା ଜିଲ୍ଲା ପ୍ରଶାସନ ପାଇଁ ଏକ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ଏହି ପରିପ୍ରେକ୍ଷିରେ ପୁଲିସ ପ୍ରଶାସନ ପକ୍ଷରୁ ମାସ୍କ ଯାଞ୍ଚ ସହ ସାମାଜିକ ଦୂରତା ଏବଂ ସଚେତନତା ଦିଗରେ କଡ଼ା ଆଭିମୁଖ୍ୟ ଗ୍ରହଣ କରାଯାଇଛି। ଭଞ୍ଜନଗର ସହର ସମେତ ବିଭିନ୍ନ ବଜାର ଓ ଛକ ମାନଙ୍କରେ ପୁଲିସ ପକ୍ଷରୁ ମାସ୍କ ଯାଞ୍ଚକୁ କଡାକଡି କରାଯାଉଥିବା ଦେଖିବାକୁ ମିଳିଛି। ବେଫିକର ଭାବେ ବୁଲୁଥିବା କିଛି ଅମାନିଆଙ୍କ ଠାରୁ ଜୋରିମାନା ମଧ୍ୟ ଆଦାୟ କରାଯାଉଛି। ଜନସାଧାରଣଙ୍କୁ ପୁଲିସ ପକ୍ଷରୁ ସଚେତନତା ମଧ୍ୟ କରାଯାଉଥିବା ଦେଖିବାକୁ ମିଳିଛି। ପୁଲିସ ପକ୍ଷରୁ ବାଇପାସ ଛକ ନିକଟରେ ମାସ୍କ ଚେକିଂ କରାଯିବା ସହ ନିୟମ ଉଲ୍ଲଂଘନ କରୁଥିବା ବ୍ୟକ୍ତିମାନଙ୍କୁ ତାଗିତ କରାଯିବା ସହ ସେମାନଙ୍କ ଠାରୁ ଜରିମାନା ମଧ୍ୟ ଆଦାୟ କରାଯାଉଥିବା ଦେଖିବାକୁ ମିଳିଛି । ଗତ ତିନିଦିନ ମଧ୍ୟରେ କେବଳ ମାସ୍କ ପାଇଁ ୪୦ ହଜାର ଟଙ୍କାରୁ ଉର୍ଦ୍ଧ ଟଙ୍କା ଜୋରିମାନା ଆଦାୟ କରାଯାଇଥିବା ଜଣାପଡ଼ିଛି।

ରିପୋର୍ଟ / ନିଲୁ ବିଷୋୟୀ

LEAVE A REPLY

Please enter your comment!
Please enter your name here