ସାମ୍ବାଭ୍ୟ ପ୍ରାଥୀ ନାମ ଓ ଏଜେଣ୍ଡାକୁ ସହର ତଳି ଅଞ୍ଚଳ କ୍ରିୟାନୁଷ୍ଠାନ କମିଟିର ସାଧାରଣ ପରିଷଦ ବୈଠକରେ ଅନୁମୋଦନ

0
242

ବ୍ରହ୍ମପୁର : ସହର ତଳି ଅଞ୍ଚଳ ମିଳିତ କ୍ରିୟାନୁଷ୍ଠାନ କମିଟିର ସାଧାରଣ ପରିଷଦ ବୈଠକ ବ୍ରଜନଗର ସ୍ଥିତ ସଭା ଗୃହରେ ଶନିବାର ଦିନ ସନ୍ଧ୍ୟା ବେଳେ ସଭାପତି ସଞ୍ଜୀବ କୁମାର ପଟ୍ଟନାୟକ ଙ୍କ ସଭାପତିତ୍ତ୍ୱରେ ଅନୁଷ୍ଠିତ ହୋଇଯାଇଛି। କମିଟିର କାର୍ଯ୍ୟକାରିଣୀ ଦ୍ଵାରା ଆଗାମୀ ନିର୍ବାଚନରେ ବ୍ରହ୍ମପୁର ଓ ଗୋପାଳପୁର ବିଧାନସଭା ଆସନରେ ଦୁଇ ଜଣ କ୍ୟାଣ୍ଡିଡେଟ ଛିଡା କରିବାର ଯେଉଁ ନିଷ୍ପତ୍ତି ନିଆଯାଇଛି ଏବଂ ଏହିଁ ଲଢେଇ ନିମନ୍ତେ ପ୍ରସ୍ତୁତ ପ୍ରସଙ୍ଗ ଭିତ୍ତିକ ଏଜେଣ୍ଡାକୁ ଆଜି ଅନୁଷ୍ଠିତ ସାଧାରଣ ପରିଷଦ ବୈଠକରେ ଅନୁମୋଦନ ଲାଭ କରିଛି। ଲୋକଙ୍କ ସ୍ବାର୍ଥର ସୁରକ୍ଷା ଓ ବ୍ରହ୍ମପୁର ମହାନଗର ନିଗମର ଅଭିବୃଦ୍ଧି ତତ୍ ସହିତ ବ୍ରହ୍ମପୁର ସହରକୁ ଏକ ବିକଶିତ ସହରରେ ରୂପାନ୍ତରିତ କରିବାର ଲକ୍ଷ୍ୟ ନେଇ କମିଟି ନିର୍ବାଚନ ମଇଦାନକୁ ଓହ୍ଲାଇବ। ବହୁତ୍ ହୋଇଗଲା,ଏଥର ଦଳ ନୁହେଁ ପ୍ରାଥୀ ଦେଖି ଭୋଟ ଦେବା ଓ ନିଜ ଭାଗ୍ୟ ନିଜେ ଗଢ଼ିବା କୌଣସି ଦଳ ଏବଂ ଅଯୋଗ୍ୟ ପାର୍ଥୀ ହାତରେ ପାଞ୍ଚ ବର୍ଷ ନିମନ୍ତେ ଆଉ ଛାଡ଼ି ଦେଇ ସେମାନଙ୍କ ଦୟାର ପାତ୍ର ହେବା ନାହିଁ। ଲୋକଙ୍କ ସ୍ୱର ଲୋକଙ୍କ ବୃହତ୍ତର ଆବଶ୍ୟକତାକୁ ଯିଏ ଗୁରୁତ୍ତ୍ଵ ଓ ସମ୍ମାନ ଦେଇ ପାରୁଥିବ ସେହିପରି ବ୍ୟକ୍ତିତ୍ଵ ଥିବା ପାର୍ଥ୍ କୁ ଏଥର ଭୋଟ ଦେବା। ଏହି ଲଢେଇରେ ସମସ୍ତେ ଜଣେ ଜଣେ ସାରଥୀ ହେବା ଏହି ସହରକୁ ଦେଶର ଏକ ଅଗ୍ରଣୀ ସିଟି ରୂପେ ନିଜ ହାତରେ ଗଢ଼ିବା। ଏଥିପାଇଁ ନିଜ ଭୋଟଟିକୁ ଉପଯୁକ୍ତ ଭିଜନ ଥିବା ପ୍ରାଥୀକୁ ଦେଇ ଜୀତେଇ ଆଣିବା ଏହି ସଚେତନ ବାର୍ତ୍ତା ବହନ କରି କମିଟି ନିର୍ବାଚନକୁ ଯିବ ଏହି ସଂକଳ୍ପ ପତ୍ର ପାରିତ ହୋଇଛି। କମିଟି ବ୍ରହ୍ମପୁର ଓ ଗୋପାଳପୁର ଭୋଟର ମାନଙ୍କୁ ଏକ ଭଲ ବିକଳ୍ପ ପ୍ଲାଟଫର୍ମ ଯୋଗାଇ ଦେବ ନିଜର ମୂଲ୍ୟବାନ ଭୋଟ ଟିକୁ ଉପଯୁକ୍ତ ପ୍ରାଥି ଓ ପ୍ରସଙ୍ଗ ଭିତ୍ତିରେ ଦେବା ନିମନ୍ତେ। ଆଜିର ବୈଠକରେ ଜଣେ ମହିଳା ସାମାଜିକ କର୍ମୀ ତଥା ଆଇନଜୀବୀ ସ୍ଵାଧୀନ ଭାବରେ ସାଂସଦ ପାର୍ଥି ରୂପେ ଲଢ଼ିବା ପାଇଁ ନିଜର ଇଚ୍ଛା କମିଟି ନିକଟରେ ରଖିଥିଲେ। କମିଟି ନିଜର ନିଷ୍ପତ୍ତି ୨୦ ତାରିଖ ପୂର୍ବରୁ ଜଣେଇଦେବ। ବୈଠକରେ ସଂଗଠନ ସମ୍ପାଦକ ଶ୍ରୀକାନ୍ତ ପଢ଼ିହାରି ସ୍ଵାଗତ ଭାଷଣ ଦେଇଥିବା ବେଳେ ସଭାପତିଙ୍କ ବ୍ୟତୀତ ଉପ ସଭାପତି ଦେବୀ ପ୍ରସାଦ ଦାସ, ଯୁଗ୍ମ ସମ୍ପାଦକ ଟି ସୁଦେଶ ପାତ୍ର, କାର୍ଯ୍ୟାଳୟ ସମ୍ପାଦକ ଦିଗାମ୍ବର ସାମନ୍ତରାୟ,ଉପଦେଷ୍ଟା ସୁବାଷ ଚନ୍ଦ୍ର ପାତ୍ର , କାଳିନ୍ଦୀ ଚରଣ ନାୟକ ଏବଂ ସ୍ଵାଧୀନ ମେୟର ପାର୍ଥିନୀ ମିତା ପଣ୍ଡା ମଞ୍ଚାସିନ ଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅଜିତ୍ ପଟ୍ଟନାୟକ, ବି ଭି ସାଗର,ଲାବଣ୍ୟ ପାତ୍ର , କେ ସୁଦାମ ପାତ୍ର, ଶ୍ରମନ୍ତ ପାଣିଗ୍ରାହୀ, ସି ଏଚ ରାମ କ୍ରିଷ୍ଣା ଦାସ , କାହୁଁ ଚରଣ ପତି,ସିରିଣୀ ତମନ୍ନା, ଚନ୍ଦ୍ର ଶେଖର ରଥ,ଡ ରାମ ଚନ୍ଦ୍ର ପାତ୍ର, ରାଜେନ୍ଦ୍ର କୁମାର ଜେନା, ପ୍ରବୀଣ କୁମାର ପଟ୍ଟନାୟକ, ପ୍ରିତିଶ କୁମାର ପାଣିଗ୍ରାହୀ, ପ୍ରମୋଦ ଚନ୍ଦ୍ର ପାଢ଼ୀ , ପ୍ରଶାନ୍ତ କୁମାର ଦାସ,ଗରୀବ ବନ୍ଧୁ ପାଣିଗ୍ରାହୀ,ଏମ୍ ନାର୍ଶୀଙ୍ଗୁଲ, ପ୍ରଭାତ କୁମାର ବେହେରା,, ଭି ନାର୍ସିଙ୍ଗୁଲୁ, ଦିବାକର ବେହେରା ,ରାମ କୃଷ୍ଟ୍ନ ସାହୁ, ଏମ୍ ତାରେକେଶ୍ଵର ଦୋରା, ବି ସୁଦର୍ଶନ ପାତ୍ର,କୁମାର ସ୍ଵାମୀ ପାତ୍ର, ଏ ରାମା ରାଓ, ଦିବାକର ବେହେରା, ପ୍ରଶାନ୍ତ କୁମାର ପଣ୍ଡା, ସିଲ୍ଲା ବୈରି, ବୃନ୍ଦାବନ ସାହୁ,ଏଲ ଏନ ଦାସ, ପ୍ରଭାତୀ ସୁଆର, ସୁଦେସ୍ତ୍ନା ଦେବୀ, ସମିରା ପଟ୍ଟନାୟକ, ଗୋପାଳ ଚନ୍ଦ୍ର ମିଶ୍ର, ପ୍ରଶାନ୍ତ କୁମାର ଦାସ, ରମେଶ ଚନ୍ଦ୍ର ସାହୁ, ବି କୋମଳି,ଏସ ଜି ଭବାନୀ, ଉପେନ୍ଦ୍ର ସାହୁ, ପ୍ରଭାତ କୁମାର ବେହେରା, ପ୍ରଭାକର ସାହୁ, ବାସୁଦେବ ସାହୁକାର,ବି ଶଙ୍କର, କାହୁଁ ଚରଣ ଚୌଧୁରୀ, ଅନିଲ ଅଧିକାରୀ, ପ୍ରଶାନ୍ତ କୁମାର ସାହୁ, ସୋମନାଥ ସାହୁ, ସୀତାକାନ୍ତ ବେହେରା, ନବ ପଣ୍ଡା, ରବୀନ୍ଦ୍ର ନାୟକ, ଡି ଦୀପକ କୁମାର ଦୋରା, ବାବୁଲା ସାହୁ ଓ ମହେଶ ତ୍ରିପାଠୀ ପ୍ରମୁଖ ବହୁ ସଦସ୍ୟ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here