୫୩ କିଲୋ ଗଞ୍ଜେଇ ଜବତ , ୩ ଗିରଫ

0
444

କୋଷାଗୁମୁଡା ( ନ୍ୟୁଜଏକ୍ସଟ୍ରା ) ନବରଙ୍ଗପୁର ଜିଲ୍ଲା କୋଡ଼ିଙ୍ଗା ଥାନା ପୁଲିସ ଆଜି ୫୩ କିଲୋ ରୁ ଉର୍ଦ୍ଧ ଗଞ୍ଜେଇ ଜବତ କରିବା ସହ ଏଥିରେ ସମ୍ପୃକ୍ତ ୩ ଜଣଙ୍କୁ ଗିରଫ କରାଯାଇଥିବା ଜଣାପଡିଛି । ପୁଲିସ ପକ୍ଷରୁ ସୂଚନା ମିଳିଛି କି ଆଜି ଏକ ୟାମାହା ଏଫଜେଡ ବାଇକ OD -10R- 5159 ବାଇକରେ ଦୁଇଟି ପଲିଥିନ ବସ୍ତାରେ ୫୩ କିଲୋ ୫୦୦ଗ୍ରାମ ଗଞ୍ଜେଇ ଚାଲାଣ ସମୟରେ କୋଡ଼ିଙ୍ଗା ପୁଲିସ ଜବତ କରିଥିଲା । ଏଥିରେ ସମ୍ପୃକ୍ତ ପାପଡାହାଣ୍ଡି ଥାନା ଅନ୍ତର୍ଗତ ଡୁମୁରିପଦର ଗ୍ରାମର ଵାଲା ନାୟକ , ଲଛମନ ନାୟକ ଓ କଳାହାଣ୍ଡି ଜିଲ୍ଲା ଆମପାଣି ଥାନା ଅନ୍ତର୍ଗତ ଭେଲୁଆଜୋର ଗ୍ରାମର ଡମ୍ବରୁ ନାୟକ ଙ୍କୁ ଗିରଫ କରି ତାଙ୍କ ଠାରୁ ଗୋଟିଏ ସ୍ମାର୍ଟ ଫୋନ ଦୁଇଶହ ଟଙ୍କା ସହିତ ଉକ୍ତ ବାଇକକୁ ଜବତ କରି କୋଡ଼ିଙ୍ଗା ଥାନାରେ 64/2021 ପ୍ରକାରେ ଏକ ମାମଲା ରୁଜୁ କରି ଉକ୍ତ ୩ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ବୋଲି କୋଡ଼ିଙ୍ଗା ଥାନା ଅଧିକାରୀ ସୁଚନା ଦେଇଛନ୍ତି ।

ରିପୋର୍ଟ – ଯୋଗେନ୍ଦ୍ର ପ୍ରସାଦ ମହାନ୍ତି

LEAVE A REPLY

Please enter your comment!
Please enter your name here