ଦିଲୀପ ଗଢିଲେ ମା ବୁଢୀ ଠାକୁରାଣୀ ଙ୍କ ସବୁଠୁ ଛୋଟ ଆକୃତ୍ତି

0
249

ବ୍ରହ୍ମପୁର(ନ୍ୟୁଜଏକ୍ସଟ୍ରା) ବିଶ୍ୱ ପ୍ରସିଦ୍ଧ ବ୍ରହ୍ମପୁରରେ ପ୍ରତି ବର୍ଷ ପାଳିତ ହେଉଥିବା ମା ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା ଚଳିତ ବର୍ଷ ଶୁକ୍ରବାର ୯ ତାରିଖ ଦିନ ଆରମ୍ଭ ହେବାକୁ ଯାଉଛି।ଚଳିତ ବର୍ଷ ଯାତ୍ରା କୋଭିଡ଼ କଟକଣା ଭିତରେ ପାଳିତ ହେବାକୁ ସରକାରୀ ନିର୍ଦ୍ଦେଶ ଥିବା ଯୋଗୁଁ ଯାତ୍ରା କିଞ୍ଚିତ ପରିମାଣରେ ବାଧା ପ୍ରାପ୍ତ ହେବାର ଆଶଙ୍କା ରହିଛି। ତେବେ ଠାକୁରାଣୀ ଯାତ୍ରାରେ ମା ନିଜର ମନ୍ଦିର ଶାଶୁ ଘରୁ ଦେଶିବେହେରା ସହି ସ୍ଥିତ ବାପା ଘର ଠାରେ ତିଆରି ଅସ୍ଥାୟୀ ମନ୍ଦିରଙ୍କୁ ଆସିବେ। ତେଣେ କଳାକାର ମନରେ ଚିନ୍ତନରେ ବ୍ରହ୍ମପୁର ସହରର ଦିଲୀପ ମହାରଣା ଯିଏ ଆଗରୁ ଏକ ଇଞ୍ଚର ମା ଦୁର୍ଗାଙ୍କର ମୂର୍ତ୍ତି କରି ଉଭୟ ଏସିଆ ଏବଂ ଇଣ୍ଡିଆ ବୁକ ରେକର୍ଡ ହାସଲ ପରେ।ଆଜି ସେ ଏକ ଅଧା ଇଁଚିଆ ବିଶିଷ୍ଠ ଏକ ମା ଠାକୁରାଣୀଙ୍କର ମାଙ୍କର ମୁଣ୍ଡକୁ ସେ ଅତି ନିଖୁଣ ଭାବରେ ତିଆରି କରିଛନ୍ତି। ମାଙ୍କର ଏହି ମୁଣ୍ଡରେ ତିନି ଆଖି ମୁକୁଟ ପ୍ରଭା କାନର କାନଫୁଲ ସହ ନାକରେ ନାକୁଆସି ଥାଇ ସମ୍ପୂର୍ଣ ଅଳଙ୍କାର ଥାଇ ଏକ ସୁନ୍ଦର ମୁଖା ନିର୍ମାଣ କରିଛନ୍ତି ଯାହା ଦେଖିବା ଲୋକକୁ ଆଶ୍ଚର୍ଯ୍ୟ କରିଛି। ଏତେ ଛୋଟ ବୟଷରେ ଦିଲୀପଙ୍କର ଏହି କଳାକୃତି ଦେଖି ସ୍ଥାନୀୟ ଲୋକ ଭକ୍ତ ଏବଂ ବୁଦ୍ଧିଜୀବୀ ତାଙ୍କୁ ସାଧୁବାଦ ଜଣେଇବା ସହ ତାଙ୍କର ଉଜ୍ବଳ ଭବିଷ୍ୟତ କାମନା କରିଛନ୍ତି। ୟା ପୂର୍ବରୁ ଠାକୁରାଣୀ ଏତେ ଛୋଟ ଏବଂ ନିଖୁଣ ମୂର୍ତ୍ତି କେହି ନିର୍ମାଣ କରିନାହାନ୍ତି ଏବଂ ଏହି ମୂର୍ତି ମଧ୍ୟ ଇଣ୍ଡିଆ ବୁକ ରେକର୍ଡ ସହ ଗିନିଜ ବୁକ ରେକର୍ଡ ପାଇଁ ସେ ଆବେଦନ କରିବେ ବୋଲି କହିଛନ୍ତି।

LEAVE A REPLY

Please enter your comment!
Please enter your name here