ପ୍ରଧାନ ଶିକ୍ଷକଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

0
235

ବେଲଗୁଣ୍ଠା(ନ୍ୟୁଜଏକ୍ସଟ୍ରା) ବେଲଗୁଣ୍ଠା ବ୍ଳକ୍ କେ.ନୂଆଁଗଡ଼ ନୋଡାଲ୍ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ତଥା ପ୍ରାକ୍ତନ କ୍ଷତ୍ରିୟବରପୁର ଆଞ୍ଚଳିକ ସାଧନ ସଂଯୋଜକ ପ୍ରତାପ ଚନ୍ଦ୍ର ଶତପଥୀଙ୍କୁ ଆଜି ନୂଆଁ ପର୍ଶୁଲୁଣ୍ଡା ପ୍ରାଥମିକ ବିଦ୍ୟାଳୟ ତରଫରୁ ଅବସରକାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି I ବିଦ୍ୟାଳୟ ପରିଚାଳନା କମିଟି ଅଧ୍ୟକ୍ଷା ସାବିତ୍ରୀ ରଣା ଓ ପ୍ରଧାନ ଶିକ୍ଷୟିତ୍ରୀ କ୍ରିଷ୍ଣା କୁମାରୀ ଦେବୀଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ ଶ୍ରୀ ଶତପଥୀଙ୍କୁ ଉପଢ଼ୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା I କାର୍ଯ୍ୟକ୍ରମକୁ ସହକାରୀ ଶିକ୍ଷକ କାହ୍ନୁ ଚରଣ ନାୟକ ପରିଚାଳନା କରିବା ସହିତ ଶ୍ରୀ ଶତପଥୀଙ୍କ ପୂର୍ବ କାର୍ଯ୍ୟକଳାପ ଉପରେ ଆଲୋଚନା କରିଥିଲେ I ଅନ୍ୟମାନଙ୍କ ମଧ୍ୟରେ କାର୍ଯ୍ୟକ୍ରମରେ ଅଶୋକ ଆଚାର୍ଯ୍ୟ,ସୁଜାତା ରଣାଙ୍କ ସମେତ ଅନ୍ୟ ସଦସ୍ୟ ସଦସ୍ୟାମାନେ ଉପସ୍ଥିତ ରହି ଶ୍ରୀ ଶତପଥୀଙ୍କ ସୁଖମୟ ଅବସର ଜୀବନ କାମନା କରିଥିଲେ I କାର୍ଯ୍ୟକ୍ରମ ଶେଷରେ ଅଙ୍ଗନୱାଡି କର୍ମୀ ଚଞ୍ଚଳା ମିଶ୍ର ଧନ୍ୟବାଦ ଜ୍ଞାପନ କରିଥିଲେ I

ରିପୋର୍ଟ-ଶିବରାମ ଚୌଧୁରୀ

LEAVE A REPLY

Please enter your comment!
Please enter your name here