ପ୍ରସିଦ୍ଧ ଗାଲେରି ମେରୁଯାତ୍ରା ବନ୍ଦ

0
348

ଭଞ୍ଜନଗର(ନ୍ୟୁଜଏକ୍ସଟ୍ରା) ଭଞ୍ଜନଗର ଅଞ୍ଚଳର ପ୍ରସିଦ୍ଧ ଗାଲେରୀ ମା ଦଣ୍ଡକାଳୀ ଙ୍କ ଦଣ୍ଡଯାତ୍ରା କୋଭିଡ଼ କଟକଣା ଅନୁସାରେ ପାଳନ କରିବାକୁ ପ୍ରଥମେ ପ୍ରଶାସନ ଅନୁମତି ଦେଇଛି। ହେଲେ ଜିଲ୍ଲାର ବିଭିନ୍ନ ସ୍ଥାନରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ କଟକଣା କଡ଼ାକଡ଼ି କରାଯାଇଛି। ବିଶେଷ କରି ଗଞ୍ଜାମ ର ପ୍ରସିଦ୍ଧ ଗାଲେରୀ ଦଣ୍ଡଯାତ୍ରା ଓ ମେରୁପର୍ବ ସମୟରେ ଆଖପାଖ ଅଞ୍ଚଳର ହଜାର ହଜାର ଭକ୍ତ ଓ ଶ୍ରଦ୍ଧାଳୁ ଙ୍କ ସମେତ ଲୋକଙ୍କ ଭିଡ଼ ଲାଗି ରହିଥାଏ। ଫଳରେ ଏହି ସମୟରେ ସଂକ୍ରମଣକୁ ଦୃଷ୍ଟିରେ ରଖି ପ୍ରଶାସନ ଓ ଦଣ୍ଡଯାତ୍ରା ପରିଚାଳନା କମିଟି ତରଫରୁ ମେରୁଯାତ୍ରା ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି।

ରିପୋର୍ଟ / ନିଲୁ ବିଷୋୟୀ

LEAVE A REPLY

Please enter your comment!
Please enter your name here