କବିସୂର୍ଯ୍ୟନଗର ପୋଲିସ ପକ୍ଷରୁ କରୋନା ସଚେତନତା ରାଲି ଅନୁଷ୍ଠିତ

0
243

କବିସୂର୍ଯ୍ୟନଗର (ନ୍ୟୁଜଏକ୍ସଟ୍ରା) କରୋନା ର ଲେଉଟାଣି, ଦ୍ୱତୀୟ ଲହରୀ ଆରମ୍ଭ ହୋଇଥିବାରୁ ରାଜ୍ୟ ସରକାର ଙ୍କ ପକ୍ଷରୁ ଆରମ୍ଭ ହୋଇଛି କଟକଣା. ଆଉ ନିୟମ ନମାନିଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଆଜି କବିସୂର୍ଯ୍ୟନଗର ସହରରେ ପୋଲିସ ଓ ପ୍ରଶାସନ ପକ୍ଷରୁ ମାଇକ ଯୋଗେ ସଚେତନ କରା ଯାଇଛି. ଗଞ୍ଜାମ ଜିଲ୍ଲା ପ୍ରଶାସନ ର ପାଞ୍ଚ ସୂତ୍ର ନିୟମ କୁ କଡା କଡି ପାଳନ କରିବାକୁ ଜନସାଧାରଣ ଙ୍କୁ ଏବଂ ବ୍ୟବସାୟୀ ମାନଙ୍କୁ କୁହା ଯାଇଛି. ଏହି ଅବସରରେ ଆଜି ଅପରାହ୍ନ ରେ କବିସୂର୍ଯ୍ୟନଗର ଥାନା ଅଧିକାରୀ ପ୍ରଭାତ ସାହୁ, ପୁରୁଷୋତ୍ତମପୁର ଉପଖଣ୍ଡ ପୋଲିସ ଅଧିକାରୀ ସୀମା ସ୍ୱାଇଁ,ତହସିଲଦାର ପ୍ରକାଶ କୁମାର ମିଶ୍ର, ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ବଳୟ ଦେୟୂରୀ, ପୋଲିସ ଅଧିକାରୀ ଓମ ନାରାୟଣ ପାତ୍ର, ଙ୍କ ସମେତ ସମସ୍ତ ପୋଲିସ କର୍ମଚାରୀ ସ୍ଥାନୀୟ ମର୍ଦରାଜ ହାଇସ୍କୁଲ ଠାରୁ ବାହାରି ସହର ରେ ଫ୍ଲାଙ୍ଗମାର୍ଚ୍ଚ କରିବା ସହ ଛକ ଛକ ରେ ଲୋକଙ୍କୁ ସଚେତନ କରାଇଥିଲେ, ମାସ୍କ ପିନ୍ଧିବା, ସାମାଜିକ ଦୂରତା ରକ୍ଷା କରିବା, ସାନିଟାଈଜର ବ୍ୟବହାର କରିବା, ସହ ଦୋକାନୀ ମାନେ ପାଞ୍ଚ ସୂତ୍ର ନିୟମ ପାଳନ ନ କଲେ ଦୋକାନ ସିଲ ହେବା ସହ ଜରିମାନା ଆଦାୟ କରାଯିବ ବୋଲି ନିର୍ଦେଶ ରହିଛି. ଏହି ନିୟମ ଆଜିଠାରୁ ଆରମ୍ଭ ହୋଇଥିବା ଜଣାଯାଇଛି.

ରିପୋର୍ଟ :ବାସୁଦେବ ନାହାକ

LEAVE A REPLY

Please enter your comment!
Please enter your name here