ରେଡକ୍ରସ ତରଫରୁ ଆନ୍ତର୍ଜାତୀୟ ସ୍ଵେଚ୍ଛାସେବୀ ଦିବସ ପାଳିତ

0
311

ଜଗନ୍ନାଥ ପ୍ରସାଦ(ନିଲୁ ବିଷୋୟୀ) ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ବ୍ଲକ ଅନ୍ତର୍ଗତ ଆଞ୍ଚଳିକ ମହାବିଦ୍ୟାଳୟ ଯୁବ ରେଡକ୍ରସ ଶାଖା ଓ ସୁରକ୍ଷା ସ୍ଵେଚ୍ଛାସେବୀ ସଂଗଠନ ମିଳିତ ଆନୁକୁଲ୍ୟରେ ଜଗନ୍ନାଥ ପ୍ରସାଦ ଗ୍ରାମପଞ୍ଚାୟତର ଆଜ୍ଞାପ୍ରସାଦ ଗ୍ରାମରେ କୋଭିଡ୍ ନିୟମ ପାଳନ କରି ଆନ୍ତର୍ଜାତୀୟ ସ୍ଵେଚ୍ଛାସେବୀ ଦିବସ ପାଳିତ ହୋଇଯାଇଛି । ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ବୃନ୍ଦାବନ ପ୍ରଧାନଙ୍କ ସଭାପତିତ୍ବରେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା । ସେ ନିଜ ବକ୍ତବ୍ୟରେ କହିଲେ ସମାଜ ପାଇଁ ସ୍ଵେଚ୍ଛାସେବୀଙ୍କ ଗୁରୁ ଦାୟିତ୍ଵ ରହିଛି । ଅତିତରେ ଫାଇଲିନ୍ ସମୟରେ ସ୍ଵେଚ୍ଛାସେବୀ ମାନେ ବହୁ କାମ କରି ପ୍ରଶଂସିତ ହୋଇଥିଲେ । ରେଡ୍ କ୍ରସ୍ କାଉନ୍ସିଲର ପ୍ରାଧ୍ୟାପକ ଲୋକନାଥ ମହାନ୍ତି ସ୍ଵେଚ୍ଛାସେବୀ ମାନଙ୍କୁ ସମାଜ ଗଠନ ରେ କିପରି ଗୁରୁ ଦାୟିତ୍ଵ ରହିଛି ଆଲୋଚନା କରିବା ସହିତ ଏ ବର୍ଷର ନାରା “ସ୍ଵେଚ୍ଛାସେବୀଙ୍କ ପାଇଁ ସମୟର ଆବଶ୍ୟକତା” ସମ୍ପର୍କରେ ଅବଗତ କରାଇ ସ୍ଵେଚ୍ଛାସେବୀ ଆମେ ସ୍ଵେଚ୍ଛାସେବୀ ଗୀତ ଗାନ କରିଥିଲେ । ଆଜ୍ଞାପ୍ରସାଦ ଗ୍ରାମର ସର୍ବ ସାଧାରଣଙ୍କୁ ସ୍ଵଚ୍ଛତା ସମ୍ପର୍କରେ ହାତ ଧୋଇବାର ୭ ଟି ପ୍ରଣାଳୀ ପ୍ରଶିକ୍ଷଣ ମାଧ୍ୟମରେ ଶିଖାଇ ଥିଲେ । ସୁରକ୍ଷା ସ୍ଵେଚ୍ଛାସେବୀ ସଂଗଠନ ସଭାପତି ସରୋଜ କୁମାର ନାୟକ ସ୍ଵେଚ୍ଛାସେବୀ କାହାକୁ କୁହଯାଏ ଓ ସ୍ଵେଚ୍ଛାସେବୀ ମାନେ କୋଭିଡ୍ ସମୟରେ କିପରି କାମ କରିଥିଲେ ସେ ବିଷୟରେ ଉଦବୋଧନ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ସ୍ବେଛାସେବୀ ଗୋପାଲ ନାୟକ, ବିଶ୍ଵ ଭୂଷଣ ସାହୁ, ଫକୀର ମୋହନ ସେନାପତି, ପ୍ରକାଶ ପ୍ରଧାନ, ତୋଫାନ ପ୍ରଧାନ, ବାବୁ ସାହୁ ଓ ରବିନ୍ଦ୍ର ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ । ଶେଷରେ ଗ୍ରାମବାସୀଙ୍କ ତରଫରୁ ବିକାଶ କୁମାର ସାହୁ ସମସ୍ତଙ୍କୁ ଧନ୍ଯବାଦ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here