ସୋଲଣ୍ଡି ସ୍କୁଲରେ ପୋଷାକ ବଣ୍ଟନ ମେଳା

0
268

ବୁଗୁଡା(ନ୍ୟୁଜଏକ୍ସଟ୍ରା) ବୁଗୁଡା ବ୍ଲକର ସୋଲଣ୍ଡି ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଏପ୍ରିଲ ୭ ତାରିଖ ଦିନ ପୋଷାକ ଓ ଜୋତା ବଣ୍ଟନ ମେଳା ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ବୁଗୁଡା ଏବିଇଓ ପ୍ରମୋଦ ଚନ୍ଦ୍ର ସେନାପତି ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରଦୀପ ପ୍ରଜ୍ବଳନ କରି ଉଦଘାଟନ କରିଥିଲେ। ପ୍ରଧାନ ଶିକ୍ଷକ ସତ୍ୟ ସେଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ପୋଷାକ ଓ ଜୋତା ବିତରଣ ମେଳାରେ ମୁଖ୍ୟବକ୍ତା ଭାବେ ସିଆରସିସି ରାଜ କିଶୋର ଦାଶ ଏବଂ ସମ୍ମାନୀତ ଅତିଥି ଭାବେ ଗୋଳାବନ୍ଧ ପାଞ୍ଚାୟତ ସରପଞ୍ଚ ବସନ୍ତ କୁମାର ସାମଲ, ଏସଏମସି ଅଧ୍ୟକ୍ଷ କୃଷ୍ଣଚନ୍ଦ୍ର ସ୍ଵାଇଁ ଓ ତାଳସାକର ସିଆରସିସି ମାନସ ରଞ୍ଜନ ସେଠୀ ଯୋଗଦେଇଥିଲେ। ୧୧୮ ଜଣ ଛାତ୍ରଛାତ୍ରୀଙ୍କୁ ଅତିଥି ବୃନ୍ଦ ପୋଷାକ ଓ ଜୋତା ପ୍ରଦାନ କରିଥିଲେ। ସହକାରୀ ଶିକ୍ଷକ ଗୋପାଳ କୃଷ୍ଣ ପଣ୍ଡା ଏବଂ ଶିକ୍ଷୟିତ୍ରୀ ରେଜିନା ସେଠୀ ଓ ମମତା ପଣ୍ଡା ମେଳା ପରିଚାଳନାରେ ସହଯୋଗ କରିଥିଲେ।

ରିପୋର୍ଟ :ଅନିଲ କୁମାର ମହାରଣା

LEAVE A REPLY

Please enter your comment!
Please enter your name here