ସୋରଡା ପୁଲିସ ତରଫରୁ କୋରନା ସଚେତନତା ରାଲି ଅନୁଷ୍ଠିତ

0
319

ଭଞ୍ଜନଗର (ନ୍ୟୁଜଏକ୍ସଟ୍ରା) ଗଞ୍ଜାମ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଙ୍କ ନିର୍ଦେଶ କ୍ରମେ ସୋରଡା ରେ ପୋଲିସ ପକ୍ଷରୁ କୋରନା ସଚେତନତା ରାଲି ଅନୁଷ୍ଠିତ ହୋଇଯାଇଛି। ବର୍ତ୍ତମାନ ରାଜ୍ୟ ରେ କୋରନା ଦ୍ୱିତୀୟ ଲହରୀ ର ପ୍ରଭାବ ଦେଖିବାକୁ ମିଳିଲାନି ଏଥି ଲାଗି ରାଜ୍ୟ ସରକାର ଓ ଗଂଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଗୁଆ ପଦକ୍ଷେପ ଗ୍ରହଣ କରିବା ଆରମ୍ଭ ହୋଇଛି । ଆଜି ଗଞ୍ଜାମ ଏସପି ଙ୍କ ନିର୍ଦ୍ଦେଶ ଅନୁସାରେ ସୋରଡା ପୋଲିସ ଦ୍ୱାରା ଏକ କୋରନା ସଚେତନତା ରାଲି ଅନୁଷ୍ଠିତ ହୋଇଯାଇଛି ।ସୋରଡ଼ ଥାନା ଅଧିକାରୀ ରମେଶ ଚନ୍ଦ୍ର ପ୍ରଧାନ ଙ୍କ ତତ୍ତ୍ଵାବଧାନ ରେ ଏହି ରାଲି ଥାନା ପରିସର ରୁ ବାହାରି ଗଣିଛକ, ରଥପଦା, ଆଡ଼ପମଣ୍ଡପ ଦେଇ ଯାଇଥିଲେ।ସୋରଡାର ଜନଗହଳି ସ୍ଥାନ ରଥପଦା ଠାରେ ଥାନା ଅଧିକାରୀ ଲୋକଙ୍କୁ ଡ଼ାକବାଜି ଯନ୍ତ୍ର ଦ୍ୱାରା ସଚେତନତା କରି ଥିଲେ। ମାସ୍କ ପରିଧାନ ଓ ସାମାଜିକ ଦୂରତା ଦୋକାନ ସମ୍ନା ରେ ଗୋଲ କରିବା।ରାସ୍ତାରେ ବିନା ମାସ୍କରେ ଯାଉଥିବା ବ୍ୟକ୍ତିଙ୍କୁ ମାସ୍କ ବଣ୍ଟନ ମଧ୍ୟ କରଯାଇଥିଲା । ନିଜେ ଥାନା ଅଧିକାରୀ ଦୋକାନି ମାନଙ୍କୁ ସଚେତନ କରିବା ସହ ଦୋକାନ ସମ୍ମୁଖ ରେ ଗୋଲ କରିଥିଲେ। ଏହା ସହ ଆସନ୍ତା କାଲି ଠାରୁ ସହର ରେ କଡାକଡି ଭାବେ ଚେକିଂ ହେବ ବୋଲି ଥାନା ଅଧିକାରୀ ସୂଚନା ଦେଇଛନ୍ତି। କାର୍ଯ୍ୟକ୍ରମ ରେ ସୋରଡା ଥାନାର ସମସ୍ତ ପୋଲିସ କର୍ମଚାରୀ ମାନେ ସାମିଲ ହୋଇଥିଲେ ।

ରିପୋର୍ଟ :ନିଲୁ ବିଷୋୟୀ

LEAVE A REPLY

Please enter your comment!
Please enter your name here