କୋଦଳା ପୋଲିସ ପକ୍ଷରୁ କରୋନା ସଚେତନ ରାଲି ଅନୁଷ୍ଠିତ

0
345

କୋଦଳା(ନ୍ୟୁଜଏକ୍ସଟ୍ରା) କରୋନା ମହାମାରୀ ଲଢେ଼ଇ ଆଉ ଏହି ଲଢେ଼ଇ ରେ ସରକାର ଓ ଜନସାଧାରଣ ଙ୍କ ପାଇଁ ଆଗ ଧାଡିର ଯୋଦ୍ଧା ହୋଇ ଠିଆ ହୋଇଛନ୍ତି ଆମ ପୋଲିସ ମାନେ l ଏହି କ୍ରମରେ ବିଭିନ୍ନ ସଂଗଠନ ପକ୍ଷରୁ କରୋନା ମହାମାରୀ ର ଦ୍ୱିତୀୟ ଲହରୀ କୁ ପ୍ରତିରୋଧ ପାଇଁ ବାରମ୍ବାର ସଚେତନ କରାଯାଉଛି ସେଇଭଳି ଆଜି କୋଦଳା ପୋଲିସ ତରଫରୁ ଥାନାଧିକାରୀ ଦେବାଶିଷ ମହାନ୍ତି ଙ୍କ ନେତୃତ୍ୱ ରେ ଏସଆଇ ଆରତୀ କୁମାରୀ ପରିଡା, ଏସଆଇ ମେହଶ୍ୱର ବେହେରା,ଏସ ଭାସ୍କର ରାଓ, ଓ ଥାନା ର ସମସ୍ତ କର୍ମଚାରୀ ମାନେ ପଦ ଯାତ୍ର ରେ ବାହାରି ଡକାଵାଜି ଯନ୍ତ୍ର ଦ୍ୱାରା ସଚେତନ କରିବା ସହ ପଞ୍ଚସୂତ୍ର ନିୟମ ପାଳନ ଯଥା ମାଷ ପିନ୍ଧିବା, ସାବୁନ ରେ ବାରମ୍ବାର ହାତ ଧୋଇବା, ସାମାଜିକ ଦୂରତା ଅବଲମ୍ବନ, ସରକାରୀ ନିୟମ କୁ ପାଳନ କରିବା ହେଲମେଟ ପିନ୍ଧି ଗାଡି ଚଳାଇବା ନେଇ ଜନସାଧାରଣ ଙ୍କୁ ସଚେତନ କରିଥିଲେ

ରିପୋର୍ଟ :ଦେବାଶିଷ ମହାରଣା

LEAVE A REPLY

Please enter your comment!
Please enter your name here