ବିଜୁଳି ଆଘାତରେ କ୍ଷେତରେ ଚାଷୀଙ୍କ ଜୀବନ ଚାଲିଗଲା

0
296

ପୋଲସରା: : ଗଞ୍ଜାମ ଜିଲ୍ଲାର ପୋଲସରା ବ୍ଲକ ଅନ୍ତର୍ଗତ ମଧୂପଲ୍ଲୀ ଗ୍ରାମର ଜଣେ ଚାଷୀ ଜୁଲାଇ ୧୦ ତାରିଖ ଅପରାହ୍ନରେ ନିଜ କ୍ଷେତରେ କାମ କରୁଥିବା ବେଳେ ହଟାତ ବିଜୁଳି ମାରିବା ଯୋଗୁଁ ବିଜୁଳି ଆଲୋକପାତରେ ଚାଷୀ ଜଣଙ୍କ ଜୀବନ ଚାଲି ଯାଇଥିବା ଜଣାପଡ଼ିଛି। ମଧୁପଲ୍ଲୀ ଗ୍ରାମ ମାଟିଆ ସାହିର ପଞ୍ଚୁ ପ୍ରଧାନ ନିଜର ଜମିରେ କାମ କରୁଥିବା ସମୟରେ ଅପରାହ୍ନ ପ୍ରାୟ ୫ ଘଣ୍ଟା ବେଳେ ବିଜୁଳି ମାରିଥିଲା। ବିଜୁଳି ଆଲୋକପାତରେ ପଞ୍ଚୁ ପ୍ରଧାନ ଗୁରୁତର ଆହତ ହୋଇ କ୍ଷେତରେ ପଡ଼ିଥିଲେ। ଖବର ପାଇ ପଞ୍ଚୁଙ୍କ ପରିବାର ଲୋକମାନେ ସଙ୍ଗେ ସଙ୍ଗେ ପୋଲସରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ ଚିକିତ୍ସା ପାଇଁ ଆଣିଥିଲେ। ହେଲେ ସେତେବେଳକୁ ପଞ୍ଚୁ ପ୍ରଧାନ (୭୦) ଙ୍କ ଜୀବନ ଚାଲିଯାଇଥିବା ବେଳେ ଡାକ୍ତର ମୃତ୍ୟୁ ଘୋଷଣା କରିଥିଲେ।

ରିପୋର୍ଟ :ଅନିଲ କୁମାର ମହାରଣା

LEAVE A REPLY

Please enter your comment!
Please enter your name here