ବାଇକ୍ ସହ ସାଇକେଲ ଧକ୍କା ; ଦୁଇ ଗୁରୁତର

0
459

ଭଞ୍ଜନଗର (ନ୍ୟୁଜଏକ୍ସଟ୍ରା) ଭଞ୍ଜନଗର ଥାନା ଅଧୀନ ଜିଲୁଣ୍ଡି ମୁଖ୍ୟ ସଡ଼କ ଠାରେ ଏକ ସାଇକେଲକୁ ବାଇକ ଧକ୍କା ହେବା ଫଳରେ ଦୁଇଜଣ ଆହାତ ହୋଇ ଭଞ୍ଜନଗର ମେଡ଼ିକାଲ୍ ଭର୍ତ୍ତି ହୋଇଛନ୍ତି। ମିଳିଥିବା ସୂଚନା ମୁତାବକ ଜିଲୁଣ୍ଡି ଗ୍ରାମର ଭିଭି ନାୟକ ସାଇକଲରେ ଘରକୁ ଫେରୁଥିବା ବେଳେ ପଛପଟୁ ଜିଲୁଣ୍ଡି ଗ୍ରାମର ମୁନା ନାୟକ ବାଇକ୍ ଧକ୍କା ଦେଇଥିଲେ। ଫଳରେ ଘଟଣା ସ୍ଥଳରେ ଉଭୟ ଆହତ ହୋଇଥିଲେ। ଭଞ୍ଜନଗର ଅଗ୍ନିଶମ ବାହିନୀ ଉଭୟଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ମୁନାର ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ବେଳେ ଭିଭି ର ଶରୀରର ବିଭିନ୍ନ ସ୍ଥାନରେ ଆଘାତ ଲାଗିଛି।

ରିପୋର୍ଟ / ନିଲୁ ବିଷୋୟୀ

LEAVE A REPLY

Please enter your comment!
Please enter your name here