କୋଷାଗୁମୁଡ଼ା ବ୍ଲକ ରେ ମସାରି ବଣ୍ଟନ କାର୍ଯ୍ୟକ୍ରମ

0
309

କୋଷାଗୁମୁଡା(ନ୍ୟୁଜଏକ୍ସଟ୍ରା) ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡ଼ା ବ୍ଲକର ୩ଟି ପଞ୍ଚାୟତ ଠାରେ ଆଜି ଡାବୁଗାଁ ବିଧାୟକ ମୋନହର ରୋନ୍ଧାରୀ ଙ୍କ ଦ୍ୱାରା ମସାରି ବଣ୍ଟନ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି ।ଏହି କାର୍ଯ୍ୟକ୍ରମ ରେ ସ୍ତାନୀୟ ବାସିନ୍ଦା ଙ୍କ ପରିବାର ର ସଦସ୍ୟ ସଂଖ୍ୟା ଅନୁଯାୟୀ ୪୫ ଟି ପରିବାର ଙ୍କୁ ପ୍ରଥମ କରି ବିଧାୟକ ବଣ୍ଟନ କରିଥିଲେ । ଆଜି ଆଟିଗାଁ ଏବଂ ଡଙ୍ଗାବେଡ଼ା ଗ୍ରାମ ଠାରେ ୩ ଗୋଟି ପଞ୍ଚାୟତର ଜନସାଧାରଣ ଙ୍କୁ ମସାରି ବଣ୍ଟନ କରାଯାଇଛି । ଆଜି ର ଏହି ମସାରି ବଣ୍ଟନ କାର୍ଯ୍ୟକ୍ରମ ରେ ଡ଼ାବୁଗାଁ ବିଧାୟକ ମୋନହର ରନ୍ଧାରୀ, ରାଜ୍ୟସଭା ସାଂସଦ ପ୍ରତିନିଧି ବଦ୍ରି ନାରାୟଣ ସିଂ , ଡାବୁଗାଁ ନିର୍ବାଚନ ମଣ୍ଡଳୀ ବିଜେଡି ସଭାପତି ଗୁପ୍ତ ପ୍ରସାଦ ପଟ୍ଟନାୟକ ପ୍ରମୁଖ ଯୋଗଦେଇଥିଲେ ।

ରିପୋର୍ଟ – ଯୋଗେନ୍ଦ୍ର ପ୍ରସାଦ ମହାନ୍ତି

LEAVE A REPLY

Please enter your comment!
Please enter your name here