ତାକାରଡା ହାଇ ସ୍କୁଲରେ ସାହିତ୍ୟ ସୃଜନୀ, କ୍ରୀଡାଙ୍ଗନ, ଜିଜ୍ଞାସା ଓ କୌଶଳୀ କ୍ଲବ ଉତ୍ସବ ପାଳନ

0
143

ବୁଗୁଡା : ଗଞ୍ଜାମ ଜିଲ୍ଲାର ବୁଗୁଡା ବ୍ଲକ ଅନ୍ତର୍ଗତ ତାକରରଡା ଶ୍ରୀ ଶ୍ରୀ ଭାଗବତ ସ୍ୱାମୀ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ସାହିତ୍ୟ ସୃଜନ, କ୍ରୀଡାଙ୍ଗନ, ଜିଜ୍ଞାସା ଓ କୌଶଳୀ କ୍ଲବ ପାଳନ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିଷ୍ଣୁ ଚରଣ ମହାରଣା ଅଧ୍ୟକ୍ଷତା କରିଥିଲେ। କାର୍ଯ୍ୟକ୍ରମରେ ଅତିଥି ଭାବେ ସିଆରସିସି ଆଶୁତୋଷ ମିଶ୍ର ଯୋଗଦେଇଥଲେ। ଶ୍ରୀ ମିଶ୍ର ନିଜ ବକ୍ତବ୍ୟରେ ନିଜର ମାତୃଭାଷା ଓଡ଼ିଆ ପ୍ରତି ପ୍ରାଧାନ୍ୟ ଦେବାକୁ ପରାମର୍ଶ ଦେଇଥିଲେ। ଓଡ଼ିଶାର ଜଗନ୍ନାଥ ସଂସ୍କୃତିର ପ୍ରଚାର ଓ ପ୍ରଶାର ପାଇଁ ସମସ୍ତେ ଚେଷ୍ଟା କରିବାକୁ କହିଥିଲେ। କ୍ରୀଡାର ବିକାଶ ପାଇଁ ଆଗ୍ରହୀ ହେବା, ନୂଆ କୌଶଳ ପ୍ରୟୋଗ କରି ନୂତନ ଜିନିଷ ନିର୍ମାଣ କରିବା ଓ ଜିଜ୍ଞାସା ଉପରେ ବହୁ ଉପାଦେୟ ତଥ୍ୟ ପ୍ରଦାନ କରିଥିଲେ। ଚାରିଗୋଟି କ୍ଲବର ଦାୟିତ୍ୱ ନିମ୍ନ ପ୍ରକାରେ ଚାରିଜଣଙ୍କୁ ଦାୟିତ୍ବ ପ୍ରଦାନ କରାଗଲା।
ସାହିତ୍ୟ କ୍ଲବର ଦାୟିତ୍ୱ ଶିକ୍ଷୟିତ୍ରୀ ପୁଷ୍ପିତା ସାହୁ ଗ୍ରହଣ କରିଥିବା ବେଳେ ଜିଜ୍ଞାସା କ୍ଲବର ଦାୟିତ୍ୱ ଶିକ୍ଷୟିତ୍ରୀ ସୁଜାତା ଦୋରା, କୌଶାଳୀ କ୍ଲବର ଦାୟିତ୍ୱ ଶିକ୍ଷୟିତ୍ରୀ ସ୍ମରଣୀକା ସାହୁ ଓ କ୍ରୀଡାଙ୍ଗନ ଦାୟିତ୍ୱ ଶିକ୍ଷୟିତ୍ରୀ ସୁକାନ୍ତି ବେହେରା ଗ୍ରହଣ କରିଥିଲେ। କାର୍ଯ୍ୟକ୍ରମରେ ଅନ୍ୟାନ୍ୟ ଶିକ୍ଷକ ବୃନ୍ଦ ସହଯୋଗ କରିଥିଲେ।

ରିପୋର୍ଟ:ସ୍ୱରୂପ ସୁମନ ମହାରଣା

LEAVE A REPLY

Please enter your comment!
Please enter your name here