ସହୀଦ ଙ୍କ ଉଦ୍ଧେଶ୍ୟରେ କେଣ୍ଡଲ ଶୋଭାଯାତ୍ରା

0
346

କୋଷାଗୁମୁଡା (ନ୍ୟୁଜଏକ୍ସଟ୍ରା) ଗତ ଶନିବାର ଛତିଶଗଡ଼ ରାଜ୍ୟ ବିଜାପୁର ଅଞ୍ଚଳରେ ନକ୍ସଲ ଆକ୍ରମଣ ରେ ୨୨ଜଣ ଯବାନ ସହୀଦ ହେଇଥିବା ବେଳେ ୩୦ରୁ ଉର୍ଦ୍ଧ୍ବ ଯବାନ ଗୁରୁତର ଆହତ ହୋଇଛନ୍ତି । ସହୀଦ ଯବାନଙ୍କ ଉଦ୍ଧେଶ୍ୟରେ ଆଜି ସନ୍ଧ୍ୟା ୭ଘଣ୍ଟା ସମୟରେ ନବରଙ୍ଗପୁର ଜିଲ୍ଲା କୋଡ଼ିଙ୍ଗା ଗ୍ରାମରେ ଏକ କେଣ୍ଡାଲ ସଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏଥିରେ କୋଡ଼ିଙ୍ଗା ଗ୍ରାମର ସବୁ ବର୍ଗର ଜନସାଧାରଣ ସହିତ କୋଡ଼ିଙ୍ଗା ଥାନା କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ । ସହୀଦ ଙ୍କ ଆତ୍ମା ର ଶାନ୍ତି ପାଇଁ ଏହି କେଣ୍ଡାଲ ଯାତ୍ରା କରାଯାଇଥିଲା । ଶତାଧିକ ଗ୍ରାମବାସୀ ହାତରେ କେଣ୍ଡାଲ ଧରି କୋଡ଼ିଙ୍ଗା ଗ୍ରାମ ପରିକ୍ରମା କରି ହନୁମାନ ମନ୍ଦିର ନିକଟରେ ଏକତ୍ରିତ ହୋଇଥିଲେ । ନକ୍ସଲ ଙ୍କ ଏଭଳି କାଣ୍ଡକୁ ନିନ୍ଦା କରିବା ସହିତ ନକ୍ସଲ ଙ୍କୁ ଉଚିତ ଜବାବ ଦେବା ପାଇଁ ସରକାର ଓ ସେନା ବାହିନୀ ଙ୍କୁ ବାର୍ତ୍ତା ମାଧ୍ୟମରେ ସାଧାରଣ ଜନତା ଦାବି କରିଥିଲେ ।

ରିପୋର୍ଟ – ଯୋଗେନ୍ଦ୍ର ପ୍ରସାଦ ମହାନ୍ତି

LEAVE A REPLY

Please enter your comment!
Please enter your name here