ଉଜ୍ଜ୍ୱଳପଲ୍ଲୀରେ ମାଆ ସନ୍ତୋସୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

0
375

ବେଗୁନିଆପଡ଼ା(ନ୍ୟୁଜଏକ୍ସଟ୍ରା) ବେଗୁନିଆପଡ଼ା ବ୍ଲକ ଏସ ଛଚିନା ପଞ୍ଚାୟତ ଉଜ୍ଜ୍ୱଳପଲ୍ଲୀ ଠାରେ ମାଆ ସନ୍ତୋସୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଛି । ଏହି ଟୁର୍ଣ୍ଣାମେଣ୍ଟକୁ ଗଞ୍ଜାମ ଜିଲ୍ଲା ବିଜେଡି ସମ୍ପାଦକ ତଥା କୋଦଳାର ପୂର୍ବତନ ନଗରପାଳ ହରପ୍ରସାଦ ସାହୁ ଉଦଘାଟନ କରିଛନ୍ତି । ଅନ୍ୟ ମାନଙ୍କ ମଧ୍ୟରେ ସୁବାସ ସାହୁ, ଏସ ଛଚିନା ପଞ୍ଚାୟତ ସମିତିସଭ୍ୟ ଚରଣ ନାୟକ, ବୁରୁଝୁରି ପଞ୍ଚାୟତ ସମିତିସଭ୍ୟ ବିନାୟକ ନାୟକ, ସୁରେନ୍ଦ୍ର ପରିଡା, ଦୀପକ କୁମାର ନାୟକ, ତୋଫାନ ପାଣ୍ଡିଙ୍କ ସହ ଗ୍ରାମବାସୀ ଉପସ୍ଥିତ ଥିଲେ । ଉଦଘାଟନୀ ମ୍ୟାଚରେ କୁମାରିପାରି ଓ ପୁସ୍ତପୁର ମଧ୍ୟରେ କଡା ମୁକାବିଲା ହୋଇଥିଲା । ଏହି ମ୍ୟାଚରେ ପୁସ୍ତପୁର ପ୍ରଥମେ ବ୍ୟାଟିଂ କରି ୫ ୱକେଟ ହରାଇ ୧୫୨ ରଂ ସଂଗ୍ରହ କରିଥିବା ବେଳେ କୁମାରିପାରି ନିର୍ଣ୍ଣାୟକ ଓଭରରେ ୮ୱକେଟରେ ୧୦୨ ରନ ସଂଗ୍ରହ କରିଥିଲା । ଫଳରେ ୫୦ ରନରେ ପୁସ୍ତପୁର ବିଜୟ ଲାଭ କରିଛି । ଏହି ଟୁର୍ଣ୍ଣାମେଣ୍ଟରେ ୧୬ଟି ଦଳ ଭାଗ ନେଇଥିବା ଜଣାପଡିଛି । ମାଧବ ଗୌଡ଼,ସୁନୀଲ ସେଠି , ସନ୍ତୋଷ ଦାସଙ୍କ ସହ ଯୁବକମାନେ ଟୁର୍ଣ୍ଣାମେଣ୍ଟକୁ ପରିଚାଳନା କରିଥିଲେ ।

ରିପୋର୍ଟ :ଭଞ୍ଜ କିଶୋର ମହାରଣା

LEAVE A REPLY

Please enter your comment!
Please enter your name here