ସଡକ ଦୁର୍ଘଟଣା ରେ ଯୁବକ ଙ୍କ ମୃତ୍ୟୁ

0
341

ପାରଳାଖେମୁଣ୍ଡି :ଗଜପତି ଜିଲ୍ଲା କାଶୀନଗର ବ୍ଲକ ଅନ୍ତର୍ଗତ କଇଠପଦର ଗ୍ରାମ ତଥା କାଶୀନଗର ଥାନା ଅଧୀନରେ ଥିବା କାଶୀନଗର ରାଜ୍ୟରାଜପଥରେ ଏକ ସଡକ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁବରଣ ଘଟିଥିବାର ଜଣାପଡିଛି । ଘଟଣାରୁ ପ୍ରକାଶ ଯେ, ସୋମବାର ବିଳମ୍ବିତ ରାତ୍ରରେ ଓଡ଼ିଶା ସଡ଼କ ପଥ ଦେଇ କିଡିଗାଁ ଗ୍ରାମରୁ କାଶୀନଗର ଫେରୁଥିଲେ । ମୃତ ଯୁବକ ଜଣକ କାଶୀନଗର ହରିଜନ ସାହିର ଶିର୍ଲା ଚିନା ବାବୁ(୨୯) ଓ ସେ ଜଣେ ୧୦୮ ଆମ୍ବୁଲାନ୍ସର ଫାର୍ମାସିଷ୍ଟ ଭାବେ ଦାୟିତ୍ବ ତୁଲାଉଥିଲେ । ତେବେ ସେ ସୋମବାର ରାତ୍ର ସମୟରେ କିଡିଗାଁ ଠାରେ ହେଉଥି ଠାକୁରାଣୀ ଯାତ୍ରା ଦେଖିବାକୁ ଯାଇଥିଲେ । ସେଠାରୁ ସେ ଓଡ଼ିଶା ସଡକ ପଥ ଦେଇ ଓଡି୨୦ବି ଓଡି୨୦ବି୨୭୦୭ ନମ୍ବର ବିଶିଷ୍ଟ ବାଇକ ଯୋଗେ ନିଜ ଗ୍ରାମ ଅଭିମୁଖେ ଫେରୁଥିଲେ । କୌଣସି କାରଣରୁ ନିୟନ୍ତ୍ରଣ ହରାଇ ଦୁର୍ଘଟଣାର ସମ୍ମୁଖୀନ ହୋଇଥିବାରୁ ଏହା ଉପରେ ପ୍ରାଥମିକ ତଦନ୍ତରୁ ଜଣ ପଡ଼ିଛି । ସୂଚନା ଯୋଗ୍ୟ ଯେ, ଓଡିଶା-ଆନ୍ଧ୍ର ସୀମାନ୍ତରେ ବର୍ତ୍ତୀ ଗଜପତି ଜିଲ୍ଲାରେ କିଡିଗାଁ ଗ୍ରାମ ଅବସ୍ଥିତ । ତେଣୁ ଉଭୟ ଆନ୍ଧ୍ର ଓ ଓଡିଶା ପଟୁ କାଶୀନଗରକୁ ଯିବା ପାଇଁ ମୁଖ୍ୟରାସ୍ତା ରହିଛି । ଘଟଣା ସମ୍ପର୍କେ ଖବର ପାଇ କାଶୀନଗର ଥାନା ଅଧିକାରୀ ସୁଶାନ୍ତ କୁମାର ସାହୁଙ୍କ ନିର୍ଦ୍ଧେଶ କ୍ରମେ ପୋଲିସ ଟିମ୍ ପହଞ୍ଚି ଶବକୁ ଜବତ କରିବା ସହ ବ୍ୟବଚ୍ଛେଦ ନିମନ୍ତେ ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଦେଇଥିଲେ । ଶବ ବ୍ୟବଚ୍ଛେଦ ହେବାପରେ ତାଙ୍କ ପରିବାରବର୍ଗଙ୍କୁ ହସ୍ତାନ୍ତର କରାଯାଇଥିବାର ସୂଚନା ପ୍ରଦାନ କରାଯାଇଛି । ଏହି ଦୁର୍ଘଟଣାର ତଦନ୍ତ ଏଏସଆଇ ଶଙ୍କର ରାଓ କରୁଥିବା ଏବଂ ଏନେଇ କାଶୀନଗର ଥାନାରେ ୩୬/୨୨ ରେ ଏକ ମାମଲା ରୁଜୁ କରାଯାଇଥିବାର ଥାନା ଅଧିକାରୀ ଶ୍ରୀ ସାହୁଙ୍କ ସୂତ୍ରରୁ ପ୍ରକାଶ

ପାରଳାଖେମୁଣ୍ଡି ବସନ୍ତ କୁମାର ପଣ୍ଡା

LEAVE A REPLY

Please enter your comment!
Please enter your name here