ଅବସରର ପ୍ରାପ୍ତ ସେନା କର୍ମଚାରୀଙ୍କ ଦେହାନ୍ତ

0
368

ବେଲଗୁଣ୍ଠା(ନ୍ୟୁଜଏକ୍ସଟ୍ରା) ବେଲଗୁଣ୍ଠା ବ୍ଲକ୍ ଅନ୍ତର୍ଗତ ନୂଆଁ ତନରଡା ଗ୍ରାମର ଅବସରପ୍ରାପ୍ତ ସେନା କର୍ମଚାରୀ ତଥା ବିଶିଷ୍ଟସମାଜସେବୀ ବ୍ରହ୍ମାନନ୍ଦ ପାଣିଗ୍ରାହୀଙ୍କ 74 ବର୍ଷ ବୟସରେ ପରଲୋକ ଘଟିଛି I ସ୍ଵର୍ଗତ ପାଣିଗ୍ରାହୀ କିଛି ଦିନ ଧରି ଅସୁସ୍ଥ ଥିବାରୁ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହସ୍ପିଟାଲ୍ ରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି I ତାଙ୍କ ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କର ଧର୍ମପତ୍ନୀ ବନବାସୀ ,ତିନି ପୁଅ ରାଜେଶ୍, ରମେଶ୍, ମୁକେଶ,ତିନି ବୋହୂ ,ନାତି ନାତୁଣୀ ଏବଂ ବନ୍ଧୁ ପରିଜନ ଉପସ୍ଥିତ ଥିଲେ I ସୂଚନା ଥାଉକି ସ୍ଵର୍ଗତ ପାଣିଗ୍ରାହୀ ଭାରତୀୟ ସୈନ୍ୟ ବାହିନୀରେ ଥିଲାବେଳେ 1971 ମସିହାରେ ଜମ୍ମୁ କାଶ୍ମୀର ସୀମାନ୍ତରେ ହୋଇଥିବା ଭାରତ ପାକିସ୍ଥାନ ଯୁଦ୍ଧର ଜଣେ ସକ୍ରିୟ ଯୋଦ୍ଧା ଥିଲେ I ଅବସର ପରେ ବେଲଗୁଣ୍ଠାରେ ଏକ ବ୍ୟବସାୟୀକ ପ୍ରତିଷ୍ଠାନ ପ୍ରତିଷ୍ଠା କରି ଅଞ୍ଚଳରେ ଜଣେ ସୁନାମଧନ୍ୟ ବ୍ୟବସାୟୀ, ସମାଜସେବୀ, ଧର୍ମପରାୟଣ, ନିଷ୍ଠାପର ଏବଂ ପରୋପକାରୀ ବ୍ୟକ୍ତି ଭାବରେ ଖ୍ୟାତି ଅର୍ଜନ କରିଥିଲେ I ତାଙ୍କର ମୃତ୍ୟୁ ଖବର ବିଜୁଳି ବେଗରେ ପ୍ରଚାରିତ ହେବା ପରେ ତନରଡା ଗ୍ରାମ ସମେତ ସମଗ୍ର ବେଲଗୁଣ୍ଠା ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି I ତାଙ୍କର ମୃତ ଶରୀରକୁ ପୁରୀ ସ୍ୱର୍ଗ ଦ୍ୱାରରେ ପରିବାର ତରଫରୁ ଦାହ ସଂସ୍କାର କରାଯାଇଥିବା ସୂଚନା ମିଳିଛି I ସ୍ଵର୍ଗତ ପାଣିଗ୍ରାହୀଙ୍କ ମୃତ୍ୟୁ ପରେ ବେଲଗୁଣ୍ଠା ବଣିକ ସଂଘ ସଭାପତି ଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ପରିବାର ସଦସ୍ୟଙ୍କୁ ଫୋନ୍ ମାଧ୍ୟମରେ ସମବେଦନା ଜଣାଇଛନ୍ତି I

ରିପୋର୍ଟ-ଶିବରାମ ଚୌଧୁରୀ

LEAVE A REPLY

Please enter your comment!
Please enter your name here