ବିଏମସେମେଳା ଜଙ୍ଗଲରେ ନିଆଁ

0
380

କୋଷାଗୁମୁଡା( ନ୍ୟୁଜଏକ୍ସଟ୍ରା) ନବରଙ୍ଗପୁର ଜିଲ୍ଲା କୋଡ଼ିଙ୍ଗା ବନଖଣ୍ଡ ଅନ୍ତର୍ଗତ ବିଏମସେମେଳା ଗ୍ରାମ ନିକଟ ଜଙ୍ଗଲ ରେ କୌଣସି କାରଣରୁ ନିଆଁ ଲାଗି ଚାରିଆଡେ ବ୍ୟାପୁଥିବା ଗ୍ରାମବାସୀମାନେ କହିଛନ୍ତି । ଆଜି ବିଏମସେମେଳା ଗ୍ରାମ୍ୟ ଜଙ୍ଗଲ ରେ କୌଣସି କାରଣରୁ ନିଆଁ ଲାଗିଯାଇଥିବା ଗ୍ରାମର କିଛି ଲୋକ ଦେଖି ନିଆଁକୁ ଆୟତ୍ତକରିବାକୁ ଚେଷ୍ଟା କରିଥିଲେ । କିନ୍ତୁ ନିଆଁର ପ୍ରକୋପ ଏତେ ଥିଲାଯେ ନିଆଁ ଲିଭିନଥିଲା । ଏନେଇ ଗ୍ରାମ୍ୟ ଜଙ୍ଗଲ କମିଟି ପକ୍ଷରୁ କୋଡ଼ିଙ୍ଗା ବନବିଭାଗ କୁ ଖବର ଦେଇଥିଲେ । ବର୍ତ୍ତମାନ ସୁଦ୍ଧା କୌଣସି ବନ ବିଭାଗର କର୍ମଚାରୀ ମାନେ ଘଟଣାସ୍ଥଳରେ ଯାଇନଥିବା ଗ୍ରାମବାସୀ କହିଛନ୍ତି । ଏଣୁ ବନବିଭାଗ ଯଥାଶୀଘ୍ର ନିଆଁ ଲିଭାଇବା ପାଇଁ ପଦକ୍ଷେପ ଗ୍ରହଣ କରିବାକୁ ଗ୍ରାମବାସୀ ମାନେ ଦାବି କରିଛନ୍ତି , ନହେଲେ ନିଆଁ ରେ ଜଙ୍ଗଲ ସମ୍ପୂର୍ଣ୍ଣ ପୋଡି ପାଉଁଶ ହେଇଯିବ ବୋଲି ଗ୍ରାମବାସୀ କହିଛନ୍ତି ।

ରିପୋର୍ଟ – ଯୋଗେନ୍ଦ୍ର ପ୍ରସାଦ ମହାନ୍ତି

LEAVE A REPLY

Please enter your comment!
Please enter your name here