ଏନଏସଏସ ପକ୍ଷରୁ କଲେଜ ଛାତ୍ରଛାତ୍ରୀଙ୍କୁ ମାସ୍କ ବଣ୍ଟନ

0
347

କୋଷାଗୁମୁଡା (ନ୍ୟୁଜଏକ୍ସଟ୍ରା) ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଲକ ଅନ୍ତର୍ଗତ କୋଡ଼ିଙ୍ଗା ସ୍ଥିତ ରାଜଚାଉଁରିଆ କଲେଜ ଠାରେ ଏନଏସଏସ ପକ୍ଷରୁ କୋଭିଡ ନିୟମ ଅନୁଯାୟୀ ଶ୍ରେଣୀଗୃହ ଠାରେ କେବଳ କଲେଜ ଛାତ୍ରଛାତ୍ରୀ ଙ୍କୁ ନେଇ ଏକ କୋରନା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କଲେଜ ଛାତ୍ରଛାତ୍ରୀମାନେ ନିଜେନିଜେ କୋରନା ସଚେତନ ଉପରେ ଫ୍ଲାକକାର୍ଡ କରି ଅନ୍ୟ ମାନଙ୍କୁ ସଚେତନତା ବାର୍ତ୍ତା ଦେଇଥିଲେ । ଏହି କାର୍ଯ୍ୟକ୍ରମ ରେ କଲେଜର ସମସ୍ତ ଛାତ୍ରଛାତ୍ରୀ ଙ୍କୁ ଏନଏସେଏସ ପକ୍ଷରୁ କୋରନା ଦାଉରୁ କିପରି ସୁରକ୍ଷିତ ରହିବା ପାଇଁ ସବୁ ସମୟରେ ସାନିଟାଇଜର ବ୍ୟବହାର ସହ ସାମାଜିକ ଦୁରତା ରକ୍ଷା ସାଙ୍ଗକୁ ମାସ୍କ ପରିଧାନ ଉପରେ ଗୁରୁତ୍ୱ ଦିଆଯାଇଥିଲା । ସେହିପରି ସମସ୍ତ ଛାତ୍ରଛାତ୍ରୀ ମାନଙ୍କୁ ଏନଏସଏସ ସଂସ୍ଥା ପକ୍ଷରୁ ମାଗଣାରେ ମାସ୍କ ବଣ୍ଟନ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ରେ କଲେଜ ଅଧ୍ୟକ୍ଷା ଅମିତା ରାୟ , ଏନଏସଏସ ସଂଯୋଜକ ଡ଼ଃ. ରବିନାରାୟଣ ପାଣିଗ୍ରାହୀ , ପ୍ରଦୀପ୍ତ ସାମନ୍ତ, ଦାମୋଦର ସାହୁ , ସୀମାଞ୍ଚଳ ପଟ୍ଟନାୟକ ଓ କଲେଜ ର ଅନ୍ୟ କର୍ମଚାରୀ ମାନେ ଉପସ୍ଥିତ ଥିଲେ ।

ରିପୋର୍ଟ – ଯୋଗେନ୍ଦ୍ର ପ୍ରସାଦ ମହାନ୍ତି

LEAVE A REPLY

Please enter your comment!
Please enter your name here