ସ୍ପ୍ରେଡ ହେପିନେସ ଫାଉଣ୍ଡେସନ ପକ୍ଷରୁ ଉତ୍କଳ ଦିବସ ପାଳନ ସହ କବିତା ଆସର

0
428

ଭଞ୍ଜନଗର (ନ୍ୟୁଜଏକ୍ସଟ୍ରା) ସ୍ପ୍ରେଡ ହେପିନେସ ଫାଉଣ୍ଡେସନ ପୁନେ ମହାରାଷ୍ଟ୍ର ର ମଧୁଛନ୍ଦା ସାରସ୍ବତ ଗ୍ରୁପ ତରଫରୁ ପବିତ୍ର ଉତ୍କଳ ଦିବସରେ ଅନଲାଇନ କବିତା ଆସର ଗୁଗୁଲ ମିଟ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି । ଏହାକୁ ସଂଯୋଜନା କରିଥିଲେ ଅନୁଷ୍ଠାନର ଉପସଭାପତି ଜନ୍ମେଜୟ ବିଶ୍ବାଳ ଓ ଓଡିଶା ସଂଯୋଜକ ତ୍ରିନାଥ ବେହେରା । ପ୍ରାୟ ତିରିଶରୁ ଉର୍ଦ୍ଧ୍ବ କବି,କବୟିତ୍ରୀ ଏଥିରେ ଅଂଶ ଗ୍ରହଣ କରି ନିଜ ରଚିତ କବିତା ପାଠ କରିବା ସହ ଓଡିଶା ସ୍ବତନ୍ତ୍ର ପ୍ରଦେଶ ଗଠିତ ହେବା ପ୍ରସଙ୍ଗରେ ନିଜ ନିଜ ମତ ରଖିଥିଲେ । ଏହି ଭଳି ଏକ ପବିତ୍ର ଦିବସରେ କବିତା ପାଠ ଓ ଆଲୋଚନା ଚକ୍ର ଅନୁଷ୍ଠିତ କରି ସଙ୍ଗେ ସଙ୍ଗେ ସମସ୍ତ ଅଂଶ ଗ୍ରହଣକାରୀଙ୍କୁ ସ୍ମୃତି ସ୍ବରୂପ ପ୍ରଶଂସା ପତ୍ର ପ୍ରଦାନ କରାଯାଇଥିବାରୁ ସମସ୍ତେ ଅନୁଷ୍ଠାନକୁ ପ୍ରଶଂସା କରିବା ସହ ଏପରି କାର୍ଯ୍ୟକ୍ରମ ମାନ ଆୟୋଜନ କରିବାକୁ ମତ ଦେଇଥିଲେ । ପ୍ରକାଶ ଥାଉକି ଏହି ସ୍ପ୍ରେଡ ହେପିନେସ ଫାଉଣ୍ଡେସନ ମହାରାଷ୍ଟ୍ର ସରକାରଙ୍କ ଅଧିନରେ ରେଜିଷ୍ଟ୍ରେସନ ହୋଇଥିବା ଏକ ଏନ୍.ଜି.ଓ ଯିଏ କି ଶିକ୍ଷା,ସାହିତ୍ୟ,ସମାଜ ସେବା ପରି ନାନା କାର୍ଯ୍ୟକ୍ରମ ମାନ ଆୟୋଜନ କରିଆସୁଛି । ସାରସ୍ବତ ଗ୍ରୁପ ମଧୁଛନ୍ଦା ଜରିଆରେ ଏହି ପ୍ରବାସୀ ଓଡିଆଙ୍କ ସଂଗଠନ ନିଜ ମାତୃଭୂମି ଓଡିଶାରେ ସାହିତ୍ୟର ପ୍ରଚାର ପ୍ରସାର ପାଇଁ ମଧୁଛନ୍ଦା ନାମକ ଗ୍ରୁପ ଗଠନ କରି ଦୁଇ ଶହରୁ ଉର୍ଦ୍ଧ୍ବ ସାହିତ୍ୟ ସାଧକଙ୍କୁ ନେଇ ବିଭନ୍ନ କାର୍ଯ୍ୟକ୍ରମ ମାନ ଆୟୋଜନ କରିଆସୁଛି । ଏହି ଭଳି କାର୍ଯ୍ୟକ୍ରମମାନ ପ୍ରତି ମାସରେ ଆୟୋଜନ କରିବା ସହ ଆଗାମୀ ଦିନରେ ରାଜ୍ୟ ସ୍ତରୀୟ କବି ସମ୍ମିଳନୀ କରିବା ଯୋଜନା ରହିଛି ବୋଲି ଅନୁଷ୍ଠାନ ତରଫରୁ ସୂଚନା ଦିଆଯାଇଛି ।ଏହି ଉତ୍କଳ ଦିବସ କବିତା ପାଠ କାର୍ଯ୍ୟକ୍ରମରେ କବି ସୁଦାମ ଦଳବରା,ଅମୂଲ୍ୟ କୁମାର ଦାଶ,ଅରୁଣ କୁମାର ମହାପାତ୍ର,ଯୁଧିଷ୍ଠିର ମୁଦୁଲି,ରବି ନାରାୟଣ ମହାନ୍ତି,ରତି ନାରାୟଣ ରାଉତ,ପ୍ରିୟମ୍ବଦା ସାମଲ,ସନ୍ତୋଷ କୁମାର ସାହୁ, ପ୍ରତାପ ଚନ୍ଦ୍ର ମିଶ୍ର, ପ୍ରିୟ ରଞ୍ଜନ ସାହୁ, ରାଜେନ୍ଦ୍ର ବିଷୋୟୀ,ରଞ୍ଜନ କୁମାର ପଣ୍ଡା,ରାଜେନ୍ଦ୍ର ନାୟକ, ଦୂର୍ଗା ପ୍ରସାଦ ପାଣିଗ୍ରାହୀ ପ୍ରମୁଖ ନିଜ ନିଜ କବିତା ପାଠ ସହ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ।

ରିପୋର୍ଟ/ ନିଲୁ ବିଷୋୟୀ

LEAVE A REPLY

Please enter your comment!
Please enter your name here