ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀ ପାଇଁ ନିରଞ୍ଜନ,ଗୋପାଳପୁର ନିର୍ବାଚନ ମଣ୍ଡଳୀ ପାଇଁ ପ୍ରଦୀପ ହେଲେ ସାଂସଦଙ୍କ ପ୍ରତିନିଧି

0
391

କୁକୁଡ଼ାଖଣ୍ଡି:ମାନ୍ୟବର ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁଙ୍କ ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀର କୁକୁଡାଖଣ୍ଡି ବ୍ଲକ ଅଧୀନରେ ଥିବା ୧୭ଟି ପଞ୍ଚାୟତ ପାଇଁ ସାଂସଦ ପ୍ରତିନିଧି ହେଲେ ବାଲିପଡାର ପଞ୍ଚାୟତର ପୂର୍ବତନ ସମିତି ସଭ୍ୟ ନିରଞ୍ଜନ ମହାନ୍ତି Iବର୍ତ୍ତମାନ କୁକୁଡ଼ାଖଣ୍ଡି ବ୍ଲକ ସ୍ତରୀୟ ସମସ୍ତ ବୈଠକ ଏବଂ ସରକାରୀ କାର୍ଯ୍ୟକ୍ରମରେ ସାଂସଦଙ୍କ ପ୍ରତିନିଧି ଭାବେ ପ୍ରତିନିଧିତ୍ବ କରିପାରିବେ ବୋଲି ଏକ ଲିଖିତ ଚିଠି ମାଧ୍ୟମରେ ସାଂସଦ ଶ୍ରୀ ସାହୁ କୁକୁଡାଖଣ୍ଡି ଗୋଷ୍ଟି ଉର୍ଣ୍ଣୟନ ଅଧିକାରୀଙ୍କୁ ସୂଚନା ଦେଇଛନ୍ତି ।ଶ୍ରୀ ମହାନ୍ତି ପୂର୍ବରୁ ବାଲିପଡ଼ା ନ୍ୟାୟବ ସରପଞ୍ଚ ଏବଂ ସମିତି ସଭ୍ୟ ଭାବରେ ଦାଇତ୍ୱ ତୁଲାଇବା ସହ ମାନ୍ୟବର ଦିଗପହଣ୍ଡି ବିଧାୟକ ଡ଼ଃ.ସୂର୍ଯ୍ୟ ନାରାୟଣ ପାତ୍ର ଏବଂ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବିପ୍ଳବ ପାତ୍ରଙ୍କ ନିର୍ଦ୍ଧେଶ କ୍ରମେ କୁକୁଡାଖଣ୍ଡି ବ୍ଲକରେ ତ୍ରି-ସ୍ତରୀୟ ପଞ୍ଚାୟତ ନିର୍ବାଚନରେ ବିଜୁ ଜନତା ଦଳ ସଂଗଠନ ପରିଚାଳନାର ଦାୟିତ୍ୱ ବହନ କରିଥିଲେ ।ଏନେଇ ମାନ୍ୟବର ସାଂସଦ ଶ୍ରୀ ଚନ୍ଦ୍ରଶେଖର ସାହୁ,ମାନ୍ୟବର ବିଧାୟକ ଡ଼ଃ.ସୂର୍ଯ୍ୟ ନାରାୟଣ ପାତ୍ର ଏବଂ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀ ବିପ୍ଳବ ପାତ୍ରଙ୍କୁ ଧନ୍ୟବାଦ ଜଣାଇଛନ୍ତି Iସେହିପରି ଉକ୍ତ ଚିଠି ଅନୁସାରେ କୁକୁଡ଼ାଖଣ୍ଡି ବ୍ଲକ ଅଧୀନରେ ଥିବା ଗୋପାଳପୁର ନିର୍ବାଚନ ମଣ୍ଡଳୀର ଅନ୍ୟ ୫ଟି ପଞ୍ଚାୟତ ପାଇଁ ହୁଗୁଳାପଟାର ପୂର୍ବତନ ସରପଞ୍ଚ ପ୍ରଦୀପ କୁମାର ମାଲଣା ସାଂସଦଙ୍କ ପ୍ରତିନିଧି ଭାବେ ବିଭିନ୍ନ ବୈଠକ ଓ କାର୍ଯ୍ୟକ୍ରମରେ ଯୋଗ ଦେବେ ବୋଲି ଜଣାଇଛନ୍ତି ।

ରିପୋର୍ଟ:ମନୋଜ କୁମାର ପାତ୍ର

LEAVE A REPLY

Please enter your comment!
Please enter your name here