ସମ୍ବାଦ ସାହିତ୍ୟ ଘର ଭଞ୍ଜନଗର ତରଫରୁ ଉତ୍କଳ ଦିବସ ପାଳନ

0
336

ଭଞ୍ଜନଗର (ନ୍ୟୁଜଏକ୍ସଟ୍ରା) ସମ୍ବାଦ ସାହିତ୍ୟ ଘର ଭଞ୍ଜନଗର ତରଫରୁ ସ୍ଥାନୀୟ ଭେଜିପୁଟ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ଉତ୍କଳ ଦିବସ ପାଳନ ହୋଇଯାଇଛି । ଅନୁଷ୍ଠାନର ସଭାପତି ପ୍ରାକ୍ତନ ଅଧକ୍ଷ କୃତିବାସ ବିଶ୍ବାଳ କାର୍ଯ୍ୟକ୍ରମ ନିମିତ୍ତ ଆୟୋଜିତ ଆଲୋଚନାଚକ୍ର ତଥା ବୈଠକରେ ସଭାପତିତ୍ବ କରିଥିବା ବେଳେ ଉପ ସଭାପତି ନେତାଜୀ ବିଷୋୟୀ, ଦୁଇ ଉପଦେଷ୍ଟା ଶୂଳପାଣୀ ଶତପଥୀ ଓ ମନୁନନ୍ଦ ପତିଙ୍କ ସମେତ ସଂପାଦକ ସନ୍ତୋଷ ଜେନା,ସହ ସଂପାଦକ ଡକ୍ଟର ଗୁରୁମୂର୍ତ୍ତୀ ନାୟକ,କୋଷାଧ୍ୟକ୍ଷ ତ୍ରିନାଥ ବେହେରା,ସାଂସ୍କୃତିକ ସଂପାଦକ ଅଶୋକ ସ୍ବାଇଁ, ସାଂସ୍କୃତିକ ସଂପାଦିକା ରୀତାରାଣୀ ମହାପାତ୍ର,ଜୋତ୍ସା ଦେବୀ ଓ ବରିଷ୍ଠ ସଦସ୍ୟ ତଥା ଅଲୋଷ୍ଟା ସଭାପତି ତଥା ଭଞ୍ଜନଗର ଏ.ବି.ଇ.ଓ ଜଗବନ୍ଧୁ ଜେନା ,ସଂଗଠନ ସଂପାଦକ ବିଶ୍ବମ୍ବର ଜେନା ପ୍ରମୁଖ ମଞ୍ଚାସୀନ ରହି ନିଜ ନିଜ ବକ୍ତବ୍ୟ ରଖିଥିଲେ । ପ୍ରାରମ୍ଭିକ ସଂଗୀତଗାନ କରିଥିଲେ ଶିକ୍ଷୟିତ୍ର ସୁନନ୍ଦା ବେହେରା,ଜୋତ୍ସାଦେବୀ,ରଶ୍ମିତା ସାହୁ ଏବଂବାଦ୍ୟ ତଥା ହାରମୋନିୟମରେ ସହଯୋଗ କରିଥିଲେ କାହ୍ନା ବାବୁ,ଦୁର୍ଗା ମାଧବ ଦାଶ,ଅଶୋକ ସ୍ବାଇଁ । ଆଲୋଚନା ଚକ୍ର ପରେ ଅନୁଷ୍ଠିତ ହୋଇଥିଲା ସାଂସ୍କୃତିକ କାର୍ଯ୍ୟକ୍ରମ ଯେଉଁଥିରେ କୋଡିଏରୁ ଉର୍ଦ୍ଧ୍ବ ପ୍ରତିଯୋଗୀ ଅଂଶ ଗ୍ରହଣ କରି ନୃତ୍ୟ ପ୍ରଦର୍ଶନ କରି ଅତିଥିମାନଙ୍କ ଦ୍ବାରା ପୁରସ୍କୃତ ହୋଇଥିଲେ। ଏହି ଅବସରରେ ବରିଷ୍ଠ ସଦସ୍ୟ ରାମ ଚନ୍ଦ୍ର ହୋତାଙ୍କ ରଚିତ ଓ କଣ୍ଠଦାନରେ ପ୍ରସ୍ତୁତ ମଧୁବାବୁଙ୍କୁ ଅର୍ପିତ ଅଡିଓକୁ ସଭାପତି ଶ୍ରୀ ବିଶ୍ବାଳ ଲୋକାର୍ପିତ କରିଥିଲେ । ଏହି ଅବସରରେ ସମ୍ବାଦ ସାହିତ୍ୟ ଘରର ସମସ୍ତ କର୍ମକର୍ତ୍ତାଙ୍କ ସମେତ ବର୍ତ୍ତମାନ ଭେଜିପୁଟ ଉ.ପ୍ରା.ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ସିମାଞ୍ଚଳ ସ୍ବାଇଁଙ୍କୁ ସ୍ବତନ୍ତ୍ର ଭାବେ ସମ୍ବର୍ଦ୍ଧିତ କରାଯାଇଥିଲା। କାର୍ଯ୍ୟକ୍ରମରେ ଭଞ୍ଜନଗର ଅଞ୍ଚଳର ବହୁ ମାନ୍ୟ ଗଣ୍ୟ ବ୍ୟକ୍ତି ବିଶେଷ, ଶିକ୍ଷକ,ଶିକ୍ଷୟିତ୍ରୀଙ୍କ ସମେତ ଓଡିଆ ଭାଷା,ମାତୃଭୂମି ପ୍ରେମୀଙ୍କ ସମାଗମ ହୋଇଥିଲା । କାର୍ଯ୍ୟକ୍ରମକୁ ଡକ୍ଟର ଗୁରୁମୂର୍ତ୍ତୀ ନାୟକ ସଂଯୋଜନା କରିଥିବା ବେଳେ ତ୍ରିନାଥ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସି.ଆର୍.ସି.ସି ନାରାୟଣ ମହାପାତ୍ର,ମୋହନ ସାହୁ ଙ୍କ ସମେତ ସମ୍ବାଦ ସାହିତ୍ୟ ଘର ଭଞ୍ଜନଗରର ସମସ୍ତ ସଦସ୍ୟ ସଦସ୍ୟା ଉପସ୍ଥିତ ରହି ସହଯୋଗ କରିଥିଲେ ।

ରିପୋର୍ଟ – ନିଲୁ ବିଷୋୟୀ

LEAVE A REPLY

Please enter your comment!
Please enter your name here