ବିଡ଼ିଓଙ୍କୁ ଏବିଡ଼ିଓଙ୍କ ଜରିଆରେ ସାମ୍ବାଦିକଙ୍କ ଦାବିପତ୍ର ପ୍ରଦାନ

0
295

ବେଗୁନିଆପଡା: ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ବିଡ଼ିଓଙ୍କୁ ଏବିଡିଓଙ୍କ ଜରିଆରେ ବେଗୁନିଆପଡା ଅଞ୍ଚଳର ସାମ୍ବାଦିକମାନେ ଦାବିପତ୍ର ପ୍ରଦାନ କରିଛନ୍ତି । ବିଭିନ୍ନ ଦାବି ନେଇ ଆଜି ବିଡ଼ିଓ ପ୍ରଜ୍ଞା ପ୍ରିୟଦର୍ଶନୀଙ୍କୁ ଏବିଡ଼ିଓ ନିରଞ୍ଜନ ବେହେରାଙ୍କ ଜରିଆରେ ଦାବିପତ୍ର ସାମ୍ବାଦିକମାନେ ପ୍ରଦାନ କରିଛନ୍ତି । ବ୍ଲକ ପରିସରରେ ବିଭିନ୍ନ କାର୍ଯ୍ୟକ୍ରମ ବିଷୟରେ ସାମ୍ବାଦିକ ମାନଙ୍କୁ ସୂଚନା ମିଳୁନଥିବା କାରଣରୁ ଏହି ଦାବିପତ୍ର ପ୍ରଦାନ କରାଯାଇଛି । ଏହା ସହ ବ୍ଲକ ପରିସରରେ ସାମ୍ବାଦିକଙ୍କୁ ସମ୍ମାନ ଓ ସୁରକ୍ଷା କ୍ଷେତ୍ରରେ ଅଗ୍ରାଧିକାର ଦେବା ସହ ପରିସରରେ ଥିବା ସିସିଟିଭିକୁ ସାର୍ବଜନୀନ କରିବା ପାଇଁ ସାମ୍ବାଦିକଙ୍କ ତରଫରୁ ଦାବିପତ୍ର ପ୍ରଦାନ କରାଯାଇଛି । ଫଳରେ ସାମ୍ବାଦିକଙ୍କ ସହ ସାଧାରଣ ଜନତାଙ୍କୁ ସୁରକ୍ଷା ମିଳିପାରିବ । ଏହି ସବୁ ଦାବି ପ୍ରତି ଦୃଷ୍ଟି ଦିଆ ନ ଗଲେ ଆଗାମୀ ଦିନରେ ବ୍ଲକ ସାମ୍ନାରେ ସାମ୍ୱାଦିକମାନେ ଅନଶନ କରିବେ ବୋଲି ଚେତାବନୀ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here