ଶ୍ରୀ ତୁଳସୀ ପତ୍ରିକାର ଉନ୍ମୋଚନ ଉତ୍ସବ ଅନୁଷ୍ଠିତ

0
327

କୋଷାଗୁମୁଡା (ନ୍ୟୁଜଏକ୍ସଟ୍ରା) ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଲକ ସଦର ମହକୁମା ଠାରେ ୮୫ତମ ଉତ୍କଳ ଦିବସ ତଥା “ଶ୍ରୀ ତୁଳସୀ” ସା‌ହିତ୍ୟ ପତ୍ରିକାର ଦ୍ୱାଦଶ ସଂସ୍କରଣର ଶୁଭ ଉନ୍ମୋଚନ, ଉତ୍କଳ ସାହିତ୍ୟ ପରିଷଦ କୋଷାଗୁମୁଡା ଆନୁକୁଲ୍ୟରେ ମହାସମାରୋହରେ ପାଳିତ ହୋଇଯାଇଛି । ଏଥିରେ ମୂଖ୍ୟ ଅତିଥି ଭାବରେ ବିଶିଷ୍ଟ ସାହିତ୍ୟିକ ନାରାୟଣ ପଣ୍ଡା, ମୂଖ୍ୟ ବକ୍ତା ରୂପେ ଶ୍ରୀ ବଲ୍ଲଭ ରାଉତ, ଉତ୍କଳ ସାହିତ୍ୟ ଏକାଡେମୀ ସଦସ୍ୟ ତଥା ବିଶିଷ୍ଟ କବି, ସମ୍ମାନିତ ଅତିଥି ଭାବେ ଡମ୍ବରୁଧର ପଟ୍ଟନାୟକ ଅନ୍ୟତମ ଉତ୍କଳ ସାହିତ୍ୟ ଏକାଡେମୀ ର ସଦସ୍ୟ ତଥା ସାହିତ୍ୟ ସଂଗଠକ ଯୋଗ ଦେଇଥିଲେ । ସମ୍ମାନିତ ଅତିଥି ରୂପେ ସାହିତ୍ୟିକ ଅଶୋକ ପଟ୍ଟନାୟକ , ବିଶିଷ୍ଟ କବି ବିଜୟ ଚୈଧୁରୀ , ବରିଷ୍ଠ ସମାଜସେବୀ ଆର. ପ୍ରଭାକର ରାଓ , କୁଞ୍ଜ ବିହାରୀ ଦାଶ ପ୍ରମୁଖ ଯୋଗ ଦେଇଥିଲେ । ପରିଷଦର ସଭାପତି ସହଦେବ ପରିଡ଼ା ସଭାପତିତ୍ବ କରିଥିଲେ ଓ ଯୁବ ସାହିତ୍ୟିକ ନଳିନୀକାନ୍ତ ପାତ୍ର ମଞ୍ଚ ପରିଚାଳନା କରିଥିଲେ । ଦ୍ଵିତୀୟ ସୂତ୍ରରେ କବି ମାନଙ୍କ ଦ୍ଵାରା କବିତା ପାଠୋତ୍ସବ ହୋଇଥିଲା। ଏହି କାର୍ଯ୍ୟକ୍ରମ ରେ ପରିଷଦର ସମସ୍ତ ସଦସ୍ୟ ଏହାର ସଫଳତା ପାଇଁ ସହଯୋଗ କରିଥିଲେ।

ରିପୋର୍ଟ – ଯୋଗେନ୍ଦ୍ର ପ୍ରସାଦ ମହାନ୍ତି

LEAVE A REPLY

Please enter your comment!
Please enter your name here