ସୁରାଟରେ ମଧ୍ୟ ମୃତକଙ୍କ ପରିବାରଙ୍କୁ ସମବେଦନା ଜଣାଇଲେ ଶ୍ରମ ମନ୍ତ୍ରୀ

0
290

ପୋଲସରା : ସୁରତରେ ପ୍ରାୟ ୧୦ ଲକ୍ଷ ଓଡ଼ିଆ ବସବାସ କରୁଥିବା ବେଳେ ଅଧିକାଂଶ ହେଉଛନ୍ତି ଶ୍ରମିକ। ପ୍ରବାସୀ ଓଡ଼ିଆ ଶ୍ରମିକଙ୍କ ମଙ୍ଗଳ ପାଇଁ ଓଡ଼ିଶା ସରକାରଙ୍କ ମାନ୍ୟବର ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ସୁରାଟ ଗସ୍ତରେ ଯାଇ ସେପ୍ଟେମ୍ବର ୨୫ ତାରିଖ ଦିନ ଏକ କର୍ମଶାଳାରେ ଓଡିଶା ସରକାରଙ୍କ ଆଭିମୁଖ୍ୟ ପ୍ରକାଶ କରିଥିଲେ। ଏହାପରେ ଶ୍ରମ ମନ୍ତ୍ରୀ ସଚିନ, ପାଣ୍ଡେସରା, ଶ୍ରୀରାମ ନଗର ଅଞ୍ଚଳରେ ପ୍ରବାସୀ ଓଡ଼ିଆ ଭାଇ ଓ ଭଉଣୀ ମାନଙ୍କ ସହ ଆଲୋଚନା କରିଥିଲେ। ସେପ୍ଟେମ୍ବର ୨୬ ତାରିଖରେ ସୁରାଟର ବେଡ଼ ରୋଡ଼ ଅଞ୍ଚଳରେ ରହି ଶ୍ରମିକ ଭାବେ କାର୍ଯ୍ୟ କରୁଥିବା ଓଡ଼ିଶାର ପୋଲସରା ବ୍ଲକ ଅନ୍ତର୍ଗତ ମହୁଲପଲ୍ଲୀ ଗ୍ରାମର ମୋଚିରାମ ଗୌଡ଼ଙ୍କ ଅକାଳ ମୃତ୍ୟୁ ବରଣ ହୋଇଥିଲେ। ଖବର ଶୁଣିବା ପରେ ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ଘଟଣା ସ୍ଥଳରେ ପହଞ୍ଚି ମୃତ୍ୟୁ ବରଣ କରିଥିବା ସ୍ବର୍ଗତ ଗୌଡ଼ଙ୍କ ଶେଷ ଦର୍ଶନ କରିବା ସହ ମୃତକଙ୍କ ପରିବାରକୁ ସମବେଦନା ଜଣାଇ ବ୍ୟକ୍ତିଗତ ଭାବେ ଆର୍ଥିକ ସହାୟତା ପ୍ରଦାନ କରିଥିଲେ। ଶ୍ରମ ମନ୍ତ୍ରୀ ଶ୍ରୀ ସାହୁ ନିଜ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପୋଲସରା ଓ ବୁଗୁଡା ଅଞ୍ଚଳରେ କୌଣସି ବ୍ୟକ୍ତିଙ୍କ ଦୁର୍ଘଟଣା ଜନିତ ମୃତ୍ୟୁ କିମ୍ବା ଅକାଳ ମୃତ୍ୟୁ ଘଟେ ତେବେ ସେ ନିଶ୍ଚିତ ଭାବେ ମୃତକଙ୍କ ପରିବାର ନିକଟକୁ ଯାଇ ସମବେଦନା ଜଣାଇବା ସହ ଆବଶ୍ୟକ ସ୍ଥଳେ ବ୍ୟକ୍ତିଗତ ଭାବେ ଆର୍ଥିକ ସହାୟତା ପ୍ରଦାନ କରିଆସୁଛନ୍ତି। ପୋଲସରା ବିଧାୟକ ତଥା ଓଡିଶା ସରକାରଙ୍କ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗ ମାନ୍ୟବର ମନ୍ତ୍ରୀ ଶ୍ରୀକାନ୍ତ ସାହୁଙ୍କ ଏହି ମହତ ଗୁଣ ଯୋଗୁଁ ଜନସାଧାରଣଙ୍କ ପ୍ରିୟପାତ୍ର ହୋଇପାରିଛନ୍ତି।

ରିପୋର୍ଟ:ସ୍ୱରୂପ ସୁମନ ମହାରଣା

LEAVE A REPLY

Please enter your comment!
Please enter your name here