ନୁଆଁଗାଁ ଥାନା ଇଲାକାରେ ବୃଦ୍ଧି ପାଉଛି ଅପରାଧ।

0
758

ଗଂଜାମ,୧୯/୮ (ନ୍ୟୁଜଏକ୍ସଟ୍ରା ବ୍ୟୁରୋ): ଦିନକୁ ଦିନ ଅଶାନ୍ତ ହେଉଛି ନୂଆଁଗାଁ ଥାନା ଅଞ୍ଚଳ। ପୋଲିସର କୌଣସି ଏକ ଦୋଷଦୁର୍ବଳତାକୁ ପାଥେୟକରି ଅପରାଧିମାନେ ଘଟାଇ ଚାଲିଛନ୍ତି ଗୋଟିଏ ପରେ ଗୋଟିଏ ଅପରାଧ । ଗତ ରବିବାର ଅପରାହ୍ନରେ ନୂଆଁଗାଁ ଥାନା ଅଞ୍ଚଳର ବମକୋଇ ଗ୍ରାମର ଟୁନା ପ୍ରଧାନ କ୍ଷେତବାଡିରେ କାମସାରି ସିନ୍ଧୁଖାଳି ଛକରେ ସଫାସୁତରା ହେଉଥିବା ବେଳେ କୁମରଡା ଗ୍ରାମର ଅନନ୍ତ ପ୍ରଧାନଙ୍କ ପୁଅ ଉତ୍ତମ ପ୍ରଧାନ, ବମକୋଇ ଗ୍ରାମର ବିପ୍ର ଚରଣ ପ୍ରଧାନଙ୍କ ପୁଅ ନିରାକାର ପ୍ରଧାନ ସହ ଅନ୍ଯଜଣେ ଅଜଣା ବ୍ଯକ୍ତି ଅତର୍କିତଭାବେ ଲୁହାରଡରେ ଆକ୍ରମଣ କରିଥିଲେ। ଏବଂ ମରିଯାଇଥିବା ଭାବି ଛାଡି ଚାଲିଯାଇଥିଲେ ବୋଲି ଟୁନାଙ୍କ ସ୍ତ୍ରୀ ନୂଆଁଗା ଥାନାରେ ଅଭିଯୋଗ କରିଛନ୍ତି। ବିଭିନ୍ନ ଅପରାଧରେ ଜଡିତ ବ୍ଯକ୍ତିଙ୍କ ଉପରେ କୌଣସି କାରଣରୁ ପୋଲିସ କାର୍ଯ୍ଯାନୁଷ୍ଠାନ ନନେଇ କୋହଳ ମନୋବୃତ୍ତି ରଖୁଥିବା ଯୋଗୁଁ ଅପରାଧୀମାନେ ଭୟଶୂନ୍ଯ ଭାବରେ ଅପରାଧ କରିଚାଲିଛନ୍ତି।
ପ୍ରକାଶ ଥାଉକି ଉତ୍ତମକୁ ପୋଲିସ ଅନେକ ମାମଲାରେ ଅଭିଯୁକ୍ତ ଭାବେ ନେଇଥିଲେ ହେଁ ସେ ନିର୍ଦ୍ଧିଷ୍ଟ ଏକ ରାଜନୈତିକ ଦଳର ଦୃଢ ସମର୍ଥକ ହୋଇଥିବା ଯୋଗୁଁ ପୋଲିସ ତାକୁ ଛାଡିଦେଉଥିବା ମଧ୍ଯ ଅଭିଯୋଗ ହୋଇଛି। ଏହାର ସୁଯୋଗ ନେଇ ଉତ୍ତମଙ୍କ ଅପରାଧିକ ମନୋବଳ ବୃଦ୍ଧିପାଉଛି ବୋଲି ଅନେକ ବ୍ଯକ୍ତି ଅଭିଯୋଗ କରିଛନ୍ତି। ନୂଆଁଗାଁ ଥାନାବାବୁଙ୍କ ପକ୍ଷପାତିତା ଏବଂ ନିଷ୍କ୍ରିୟତା ଯୋଗୁଁ ଜନସାଧାରଣଙ୍କ ଭରଷା ତୁଟିଯାଉଛି ବୋଲି ସମାଜସେବୀ ଅନନ୍ତ ମହାନ୍ତି ମତ ରଖିଛନ୍ତି। ଆରକ୍ଷୀ ଅଧିକ୍ଷକ ଏଥିପ୍ରତି ଦୃଷ୍ଟି ଦେବାକୁ ମଧ୍ଯ ଦାବୀ କରିଛନ୍ତି। ଏନେଇ କେ.ନୂଆଗାଁ ଥାନାରେ ଏକ ମାମଲା ରୁଜୁ ହୋଇଥିବା ଥାନା ସୂତ୍ରରୁ ପ୍ରକାଶ।

LEAVE A REPLY

Please enter your comment!
Please enter your name here