ସ୍ୱଚ୍ଛ ଭାରତ ମିଶନର ନୁଆଁ ପଦକ୍ଷେପ ; ରାସ୍ତାକଡ଼ରେ ଲଗାଇଲେ ତୁଳସୀ ଗଛ l

0
752

ବେଗୁନିଆପଡା ୧୯/୦୮(ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : ସମ୍ପ୍ରତି ଦେଶକୁ ସ୍ୱଚ୍ଛ ଏବଂ ସୁନ୍ଦର ଭାବେ ଗଢି ତୋଳିବା ପାଇଁ କେନ୍ଦ୍ର ସରକାର ଅହରହ ଉଦ୍ୟମ ଜାରିରଖି ତଳ ସ୍ତରରେ ପ୍ରୋତ୍ସାହନ ଦେଇ ଆସୁଥିବା ବେଳେ ସବୁ ସ୍ଥାନରେ ଏହାର ସଦୁପଯୋଗ ହୋଇ ପାରୁ ନାହିଁ,ଫଳରେ ଯୋଜନାର ସଫଳ ରୂପାୟନ ହୋଇପାରୁନାହିଁ l ତଳ ସ୍ତରରେ ପ୍ରଶାସନର ଉଦାସୀନତା ହେଉ କିମ୍ବା ସ୍ଥାନୀୟ ଜନ ପ୍ରତିନିଧିଙ୍କ ଅପାରଗତା ହେଉ,ଏହାର କୁପରିଣାମ ଜନତାଙ୍କୁ ଭୋଗିବାକୁ ପଡୁଛି l ଆଜି କାଲି ଗାଁ କଲ୍ୟାଣ ସମିତି ଜରିଆରେ ଗାଁ ପରିବେଶ ସଫା ରଖିବା ପାଇଁ ଅର୍ଥ ଅନୁଦାନ ଆସୁଥିବା ସ୍ଥଳେ କେହି ଏଥିପ୍ରତି ନଜର ଦେଉନାହାନ୍ତି
କିନ୍ତୁ କିଛି ଗ୍ରାମରେ ସ୍ଥାନୀୟ ଯୁବକଙ୍କ ପ୍ରଚେଷ୍ଟା ବଳରେ ସ୍ବେଚ୍ଛାକୃତ ଭାବେ ପରିବେଶ ସଫା ରଖି ଉଦାହରଣ ସୃଷ୍ଟି କରିବା ଦେଖାଯାଉଛି l ଏଭଳି ଘଟଣା ଦେଖିବାକୁ ମିଳିଛି ବଡ ଖଇରଖମା ପଂଚାୟତ ଅନ୍ତର୍ଗତ ଏନ. ଗୁଞ୍ଜବଳା ଗ୍ରାମରେ l ସୋମବାର ଦିନ ଗ୍ରାମର ସଞ୍ଜୟ ରାଉତଙ୍କ ନେତୃତ୍ୱରେ ଯୁବକ ମାନେ ଏକତ୍ରିତ ହୋଇ ବିଦ୍ୟାଳୟ ପରିସର, ରାସ୍ତାଘାଟ, ପୋଖରୀ ତୁଠ ଆଦି ସଫା କରିବା ଦେଖାଦେଇଥିଲେ l ରାସ୍ତା କଡ଼ରୁ ମୁକ୍ତାକାଶ ଶୌଚାଳୟରୁ ବିରତି ରହିବା ପାଇଁ ରାସ୍ତା ପାର୍ଶ୍ୱ ଅଳିଆ ଆବର୍ଜନା ସଫାକରି ତୁଳସୀ ଗଛ ଲଗାଇଥିଲେ l ଏହି କାର୍ଯ୍ୟରେ ଯୁବକ ମାନଙ୍କ ବ୍ୟତୀତ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ପୁର୍ଣ ଚନ୍ଦ୍ର ପ୍ରଧାନ ସହଯୋଗ କରିବା ପରିଲକ୍ଷିତ ହୋଇଥିଲା l

LEAVE A REPLY

Please enter your comment!
Please enter your name here