ବ୍ରହ୍ମପୁର ଫଟୋଗ୍ରାଫର୍ସ ଆସୋସିଏସନ ପକ୍ଷରୁ ବିଶ୍ୱ ଫଟୋଗ୍ରାଫି ଦିବସ ପାଳିତ

0
722

ବ୍ରହ୍ମପୁର୧୯/୦୮(ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : ସାରା ପୃଥିବୀରେ ପ୍ରତ୍ୟେକ ବର୍ଷ ଅଗଷ୍ଟ ମାସର ୧୯ ତାରିଖକୁ ଫଟୋଗ୍ରାଫି ଦିବସ ଭାବେ ପାଳନ କରାଯାଏ । ବ୍ରହ୍ମପୁର ସହରରେ ମଧ୍ୟ ଫଟୋଗ୍ରାଫର୍ସ ୱେଲଫେୟାର୍ ଆସୋସିଏଶନ ପକ୍ଷରୁ ବିଶ୍ୱ ଫଟୋଗ୍ରାଫି ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ସହରର ଖଲ୍ଲିକୋଟ କଲେଜ ସମ୍ମୁଖରୁ ଏକ ଶୋଭାଯାତ୍ରା ବାହାରି ପୁରୁଣା ବସଷ୍ଟାଣ୍ଡ, ଅନ୍ନପୂର୍ଣ୍ଣା ମାର୍କେଟ, ଅର୍ବାନବ୍ୟାଙ୍କ ରୋଡ, ଗିରିଜାଛକ, ରାମଲିଙ୍ଗମ ମନ୍ଦିର ଛକ ପ୍ରମୁଖ ଅଞ୍ଚଳ ମଧ୍ୟ ଦେଇ ସହର ପରିକ୍ରମା କରି ଖାଲ୍ଲା ସାହି ନିକଟରେ ପହଞ୍ଚିଥିଲେ । ଏହି ପରିପ୍ରେକ୍ଷୀରେ ଖାଲ୍ଲା ସାହି ଯାଦବ କଲ୍ୟାଣମଣ୍ଡପରେ ଏକ ବୈଠକ ଅନୁଷ୍ଠିତ କରାଯାଇ ବରିଷ୍ଠ ଫଟୋଗ୍ରାଫର ତ୍ରିନାଥ ସାବତଙ୍କୁ ସମ୍ବର୍ଦ୍ଧିତ କରାଯାଇଛି।

LEAVE A REPLY

Please enter your comment!
Please enter your name here