ବାରିକ ସମାଜର ଦାବିପତ୍ର ପ୍ରଦାନ

0
290

ମୋହନା(ନ୍ୟୁଜ୍ ଏକ୍ସଟ୍ରା) କରୋନା କାଳ ରେ ବିଭିନ୍ନ କୌଳିକ ବୃତ୍ତି କରି ପରିବାର ଚଳାଉଥିବା ଜନସାଧାରଣ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି l ସେଥିମଧ୍ୟରୁ ବାରିକ ଶ୍ରେଣୀ ଅନ୍ୟତମ l କରୋନା କାଳ ରେ ସରକାରୀ ସହାୟତା ଯୋଗାଇଦେବା ପାଇଁ ଶନିବାର ଗଜପତି ଜ଼ିଲ୍ଲା ମୋହନା ନୀଳକଣ୍ଠେଶ୍ଵର ବଣିକ ସଙ୍ଘ ଜରିଆରେ ନିଖିଳ ଓଡିଶା ବାରିକ ସମିତି ପକ୍ଷରୁ ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟ ରେ ଏକ ଦାବି ପତ୍ର ମୋହନା ତହସିଲଦାର ଙ୍କ ଜରିଆରେ ପ୍ରଦାନ କରାଯାଇଛି l ବର୍ତ୍ତମାନ କରୋନା କଟକଣା ମଧ୍ୟରେ ବାରିକ ମାନେ ସେଲୁନ ଖୋଲିପାରୁନାହାନ୍ତି ଫଳରେ ସେମାନଙ୍କ ର ରୋଜଗାର ର ପନ୍ଥା ହରେଇସାରିଲେଣି l ଏଭଳି ପରିସ୍ଥିତି ରେ ପରିବାର ପ୍ରତିପୋଷଣ କରିବା ସେମାନଙ୍କ ପାଇଁ ଏକ ପ୍ରକାର ଅସମ୍ଭବ ହୋଇପଡିଛି, ତେଣୁ ତହସିଲଦାର ଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ଙ୍କୁ ବାରିକ ସମାଜ ତଥା କୌଳିକ ବାରିକ ବୃତ୍ତି କରି ପରିବାର ପ୍ରତିପୋଷଣ କରୁଥିବା ବାରିକ ଲୋକଙ୍କୁ ସରକାରୀ ସହାୟତା ଯୋଗାଇ ଦେବା ପାଇଁ ଦାବି କରିଛନ୍ତି, ମୋହନା ଅଞ୍ଚଳ ର ବାରିକ ମାନେ l ଆଗାମୀ ଦିନରେ ଯଦି ସରକାର ସେମାନଙ୍କୁ ଆର୍ଥିକ ସହାୟତା ଯୋଗାଇ ନଦେଲେ ରାଜରାସ୍ତା କୁ ଓଲ୍ହେଇବାକୁ ଚେତାବନୀ ବାରିକ ମାନେ l

ରିପୋର୍ଟର – ପି ସଞୀବ ରାଓ

LEAVE A REPLY

Please enter your comment!
Please enter your name here