ଗଞ୍ଜାମ ଜିଲ୍ଲା କାଠ କାରିଗରୀ ସଂଘର ପ୍ରଥମ ବାର୍ଷିକ ଉତ୍ସବ ଅନୁଷ୍ଠିତ

0
723

ବ୍ରହ୍ମପୁର ୧୯/୦୮ (ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : ଗତକାଲି ଗୋସାଣିନୂଆଗାଁ ସ୍ଥିତ ଉତ୍ତରେଶ୍ଵର ମନ୍ଦିର କଲ୍ୟାଣ ମଣ୍ଡପ ଠାରେ ଗଞ୍ଜାମ ଜିଲ୍ଲା କାଠ କାରିଗର ସଂଘର ପ୍ରଥମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଥିଲା। ସଂଘ ବିଭିନ୍ନ ପ୍ରକାର ସାମାଜିକ କାର୍ଯ୍ୟ ହାତକୁ ନେବା ସହ ଏହି ଅବସରରେ ସଂଘର ସମସ୍ୟା ଦୂରୀକରଣ ପାଇଁ ସଂଘ ପକ୍ଷରୁ ବିଧାୟକ ଓ ସାଂସଦଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା ।
ଏହି ଅବସରରେ ସଂଘ ପକ୍ଷରୁ ସାମ୍ବାଦିକ ସୁଦୀପ ସାହୁ, ଗୋପାଳ ରେଡ୍ଡି, ସତ୍ୟଚେତନ ପରିଡ଼ା, ସୁବ୍ରମଣ୍ୟମ ସ୍ୱାମୀ ଓ ଅମର ଦାଶ ଉପଢୌକନ ଦେଇ ସମ୍ବର୍ଦ୍ଧନା ପ୍ରଦାନ କରାଯିବା ସହ ବାଲୁକାଶିଳ୍ପୀ ସତ୍ୟ ମହାରଣା ଓ କଣ୍ଠଶିଳ୍ପୀ ସୋନୁଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା ।
ଏହି କାର୍ଯ୍ୟକ୍ରମରେ ସଂଘର ସଭା
ପତି ଡା. ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ ସଭାପତିତ୍ୱ କରୁଥିବା ବେଳେ ବ୍ରହ୍ମପୁର ସାଂସଦ ଶ୍ରୀ ଚନ୍ଦ୍ରଶେଖର ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ଏବଂ ବିଧାୟକ ଶ୍ରୀ ବିକ୍ରମ ପଣ୍ଡା, , ପୂର୍ବତନ ବିଡ଼ିଏ ଅଧ୍ୟକ୍ଷ ଶ୍ରୀ ସୁବାସ ମହାରଣା, ବିଜେଡ଼ି ମହିଳା ଜିଲ୍ଲା ଅଧ୍ୟକ୍ଷା ଶ୍ରୀମତୀ ସଂଘମିତ୍ରା ଦଳେଇ, ପାର୍ବତୀ ପ୍ରଧାନ ପ୍ରମୁଖ ଯୋଗଦେଇଥିଲେ । ସଂଘର ଅନ୍ୟ କର୍ମକର୍ତ୍ତା ମାନେ ମଧ୍ୟ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here