ସରକାରଙ୍କ ବିଭିନ୍ନ ଆବାସ ଯୋଜନାରୁ ବଂଚିତ ଅସହାୟ ଓ ଦିବ୍ୟାଙ୍ଗ ହିତାଧିକାରୀ। ଯୋଜନାରେ ଅନ୍ତର୍ଭୁକ୍ତ ପାଇଁ ଦାବୀ।

0
638

ବ୍ରହ୍ମପୁର,୧୦/୦୮(ନ୍ୟୁଜଏକ୍ସଟ୍ରା ବ୍ୟୁରୋ):ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ବର୍ଗର ଲୋକଙ୍କ ଦାବି ଓ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଅନେକ ଗୁଡ଼ିଏ ଲୋକାଭିମୁଖୀ ଯୋଜନା ପ୍ରଣୟନ କରିଛନ୍ତି। ତେବେ ଏମିତି କିଛି ବର୍ଗର ଲୋକେ ଅଛନ୍ତି ଯେଉଁମାନେ କି କିଛି ଯୋଜନରୁ ବଂଚିତ ମଧ୍ୟ ହେଉଛନ୍ତି। ସବୁଠାରୁ ବଡ଼କଥା ଏନେଇ ଦାବି କରି ଉଭୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ପରେ ମଧ୍ୟ କୌଣସି ପଦକ୍ଷେପ ଗ୍ରହଣ କରାନଯିବା ଚିନ୍ତା ଓ ପରିତାପର ବିଷୟ ନିଶ୍ଚୟ। ହଁ ଆମେ କହୁଚୁ ଭିନ୍ନକ୍ଷମ ବା ଦିବ୍ୟାଙ୍ଗଙ୍କ କଥା।ଏହି ବର୍ଗଙ୍କ ପ୍ରତି ସରକାର ସ୍ୱତନ୍ତ୍ର ଦୃଷ୍ଟି ଦେଉଥିବା ନେଇ ଯଦିଓ ଡିଣ୍ଡିମ ପିଟୁଛନ୍ତି ହେଲେ ପ୍ରକୃତ କଥା କଣ ଆସନ୍ତୁ ଶୁଣିବା ଏମାନଙ୍କ ମୁହଁରୁ। ଗରିବଙ୍କ ପାଇଁ ରହିଛି ଇନ୍ଦିରା ଆବାସ ଯୋଜନା, ରାଜୀବ ଆବାସ ଯୋଜନା ଓ ବିଜୁ କୁଡ଼ିଆ ଯୋଜନା। ହେଲେ ଗ୍ରାମଞ୍ଚଳରୁ ଆସି ସହରାଞ୍ଚଳରେ ବସବାସ କରୁଥିବା ଭିନ୍ନକ୍ଷମ ବା ଦିବ୍ୟାଙ୍ଗଙ୍କ ପାଇଁ ଗୃହ ଯୋଗାଣ ବ୍ୟବସ୍ଥା ସରକାରଙ୍କ କୌଣସି ଯୋଜନାରେ ଅନ୍ତର୍ଭୁକ୍ତ ନଥିବା ଅଭିଯୋଗ ହୋଇଛି। ଏପରିକି ଗତ ଶୁକ୍ରବାର ଦିନ ବିଡିଏ କାର୍ଯ୍ୟାଳୟରେ ସ୍ଥାନୀୟ ବିଧାୟକ ଓ ସାଂସଦଙ୍କୁ ମଧ୍ୟ ଭେଟି ମୁକ୍ତାକାଶ ଭିନ୍ନକ୍ଷମ ସଙ୍ଘ ପକ୍ଷରୁ ଦାବି ଜଣାଯାଇଛି। ଏବଂ ସମସ୍ୟାର ସମାଧାନ ଦିଗରେ ଆବଶ୍ୟକ ପଦକ୍ଷେପ ନେବାକୁ ପ୍ରତିଶ୍ରୁତି ଦେଇଛନ୍ତି ଉଭୟ ନେତା।

LEAVE A REPLY

Please enter your comment!
Please enter your name here