ବେଗୁନିଆପଡା ଠାରେ “ସଡକ ସୁରକ୍ଷା ଓ ଟ୍ରାଫିକ ସଚେତନତା” କାର୍ଯ୍ୟକ୍ରମ l

0
762

ବେଗୁନିଆପଡା ୧୯/୦୮ (ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : ଏହି ବ୍ଲକ ଅନ୍ତର୍ଗତ ବେଗୁନିଆପଡା କଲ୍ୟାଣ ମଣ୍ଡପ ଠାରେ ସୋମବାର ଦିନ କୋଦଳା ଥାନା ପକ୍ଷରୁ ସଡକ ସୁରକ୍ଷା ଓ ଟ୍ରାଫିକ ଉପରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ପ୍ରଥମେ କୋଦଳା ଆଇ ଆଇ ସି ଶ୍ରୀ ଦିଲ୍ଲୀପ କୁମାର ସାହୁଙ୍କ ନେତୃତ୍ୱରେ ଏକ ରାଲି ଅନୁଷ୍ଠିତ ହୋଇଥିବା ବେଳେ କୋଦଳା ତହସିଲଦାର ତଥା ଏକ୍ସଜିକ୍ୟୁ ଟିଭ ମାଜିଷ୍ଟ୍ରେଟ ଶ୍ରୀ ପ୍ରଭାତ କୁମାର ପରିଡା ପତାକା ଦେଖାଇ ଶୁଭାରମ୍ଭ କରିଥିଲେ l

ଏଥିରେ ବେଗୁନିଆପଡା ଜନତା ବିଜ୍ଞାନ ମହାବିଦ୍ୟାଳୟ ଛାତ୍ରଛାତ୍ରୀ , ଜନତା ନୋଡାଲ ହାଇସ୍କୁଲ ଛାତ୍ରଛାତ୍ରୀ , କୋଦଳା ଓ ବେଗୁନିଆପଡା ଅଟୋସଙ୍ଘ ସଦସ୍ୟ ଆଦି ଯୋଗ ଦେଇ କଲ୍ୟାଣ ମଣ୍ଡପ ଠାରୁ ଏକ ଶୋଭାଯାତ୍ରାରେ ବାହାରି ବେଗୁନିଆପଡା ବଜାର ପରିକ୍ରମା କରି ବିଭିନ୍ନ ସଚେତନତା ପ୍ଲାକ କାର୍ଡ ଧରି ସ୍ଲୋଗାନ ଦେଇ ଲୋକଙ୍କୁ ସଚେତନ କରାଇଥିଲେ l

ପରେ ଆଇ ଆଇ ସି ଶ୍ରୀ ଦିଲ୍ଲୀପ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ପୁରୁଷୋତ୍ତମପୁର ଏସ ଡି ପି ଓ ଶ୍ରୀ ନିମାଇଁ ସେଠୀ, ବେଗୁନିଆପଡା ଜନତା ନୋଡାଲ ହାଇସ୍କୁଲ ପ୍ରଧାନ ଶିକ୍ଷକ ଶ୍ରୀ କେ. ଭୀମରାଜୁ ପାତ୍ର, ବେଗୁନିଆପଡା ଫାଣ୍ଡି ଅଧିକାରୀ ଶ୍ରୀ ଦୀପ୍ତି ରଞ୍ଜନ ବେହେରା, ଜନତା ବିଜ୍ଞାନ ମହାବିଦ୍ୟାଳୟ ରାଜନୀତି ବିଜ୍ଞାନ ଅଧ୍ୟାପକ ଶ୍ରୀ ଗୌରାଙ୍ଗ ଚରଣ ପାଣିଗ୍ରାହୀ ପ୍ରମୁଖ ସମ୍ନାନୀତ ଅତିଥି ଭାବେ ଯୋଗଦେଇ ସଡକ ସୁରକ୍ଷା ଓ ଟ୍ରାଫିକ ନିୟମ ଉପରେ ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ l “ଜୀବନ ବହୁତ ମୂଲ୍ୟବାନ” ଏହାର ଯତ୍ନ ନେବା ପ୍ରତ୍ୟେକ ସୁନାଗରିକର କର୍ତବ୍ୟ l ରାସ୍ତାରେ ଗାଡି ଚଲାଇଲା ବେଳେ ହେଲମେଟ ବ୍ୟବହାର କରିବା , ଟ୍ରାଫିକ ନିୟମ ମାନିବା,ଗାଡି ଚଳାଇବା ବେଳେ ମଦ୍ୟପାନ ନକରିବା, ଗାଡିର ଗତି ନିୟନ୍ତ୍ରଣରେ ରଖିବା ଆଦି ବିଷୟ ଉପରେ ଉପରୋକ୍ତ ଅତିଥିମାନେ ଆଲୋକପାତ କରିଥିଲେ l ଏହି କାର୍ଯ୍ୟକ୍ରମରେ କୋଦଳା ଓ ବେଗୁନିଆପଡା ପୁଲିସର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here